ଆଇନ ମହାବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ମାନଙ୍କ ବୈଠକ 

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ କଲେଜର ପୂରାତନ ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ବହୁ ପୂରାତନ ଛାତ୍ରଛାତ୍ରୀ ଯୋଗଦେଇ ନିଜସ୍ୱ ଅନୁଭୂତି ପରିପ୍ରକାଶ କରିଥିଲେ । ଏହିକ୍ରମରେ ଆଇନ ମହାବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଗୁଡିକ ଗ୍ରହଣ କରାଯାଇଥିଲା । ପ୍ରଥମରେ କଲେଜର ଅଧ୍ୟକ୍ଷ ସଂଜୀବ କୁମାର ପ୍ରଧାନ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ସମାଜରେ ଆଇନ ସେବାର ଆବଶ୍ୟକତା ଉପରେ ଆଲୋଚନା କରି ମହାବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବାର ପ୍ରତିଶୃତି ଦେଇଥିଲେ । ଅନ୍ୟତମ ଅତିଥି ରୂପେ ପରିଚାଳନା କମିଟର ସଭାପତି ଅମରେନ୍ଦ୍ର ମିଶ୍ର ଗୁଣାତ୍ମକ ଶିକ୍ଷା ସଂପର୍କରେ ଗୁରୁତ୍ତ୍ୱାରୋପ କରିଥିଲେ । ପୂରାତନ ଛାତ୍ର ସଂଘର ସଭାପତି ବ୍ୟାସଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷାବିତ୍‌ ତଥା ପୂରାତନ ଛାତ୍ର ମନୋରଞ୍ଜନ ସାହୁ, ଆଇନଜୀବୀ ଶିରୀଶ ଚନ୍ଦ୍ର ହୋତା, ଟଙ୍କଧର ଗଡଟ୍ୟା, ସଞ୍ଜୟ ପ୍ରଧାନ ସାଶ୍ୱତ ହୋତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେହିପରି ପ୍ରଫେସର ଚଣ୍ଡୀ ପ୍ରସାଦ ଖମାରୀ, ପ୍ରଫେସର ସୁଶୀଲ କୁମାର ଦୀପ, କଲେଜର ଶିକ୍ଷାଦାନ ଉପେର ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର ମନୀନ୍ଦ୍ର ସିଂ ହଂସପାଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଇନଜୀବୀ ଅଶିତ ଷଡଙ୍ଗୀ, ଚିତ୍ତରଂଜନ ଦାସ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ଦେବାଶିଷ ବିଶ୍ଵାଳ, ଅନୀଲ ମୋଦୀ, ଓମ୍ ପ୍ରକାଶ ସାହୁ, ବୀରେନ୍ଦ୍ର ବାଗ, ଆଶିଷ ରଥ, ଗୋବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ସଭା ପରିଚାଳନାରେ କୃଷ୍ଣଚନ୍ଦ୍ର ପଟେଲ, କୁଶଲ କୁମାର ପଟେଲ, ସୁବ୍ରତ ପଟ୍ଟନାୟକ ଓ ଜ୍ୟୋତିର୍ମୟୀ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନ ମାନଙ୍କରେ ଆଲୁମୁନି ସଂଘର ସଭ୍ୟ ସଂଖ୍ୟା ବୃଦ୍ଧି କରି କଲେଜର ଉନ୍ନତି ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ମତପ୍ରକାଶ ପାଇଥିଲା ।

Leave A Reply

Your email address will not be published.