csstore

ଟାଟା ପାୱାର ଏସ୍‌ଡିଓ ଅଫିସରେ ଲଟେରୀ ବିଜେତାଙ୍କୁ ପୁରସ୍କାର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଟାଟା ପାୱାର ଏସ୍‌ଡିଓ ଅଫିସରେ ଲଟେରୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ଟାଟା ପାୱାର ଜେଇ ପ୍ରକାଶ ଚନ୍ଦ୍ର ସିଂ, ସମ୍ମାନିତ ଅତିଥି ଭାବେ ସୁଜୟ ତିରିରକି, ଭିଜଲାନ୍ସ ବିଭାଗର ୟଗୋସ କାପ୍ସେ ଯୋଗଦେଇ ଲଟେରୀ ୧ମ ବିଜେତା ଝାରବନ୍ଧର ନୀଳାଚଳ ପ୍ରଧାନଙ୍କୁ ଗୋଟିଏ ଫୋନ, ୨ୟ ବିଜେତା ପାଇକମାଲ ଜର୍ଜଗଡ ଗ୍ରାମର ବାଳକଦାଶ ବିଶିଙ୍କୁ ଗୋଟିଏ ମ୍ୟୁଜିକ ସିଷ୍ଟମ ବକ୍ସ, ୩ୟ ବିଜେତା ପାଇକମାଲର ସୁନିଲ କୁମାର ଅଗ୍ରୱାଲଙ୍କୁ ଗୋଟିଏ ସୋଲାର ଲେମ୍ପ ପ୍ରଦାନ କରାଯାଇଥିଲା । ଯେଉଁ ବିଦ୍ୟୁତ ଗ୍ରାହକ ମାନେ ପ୍ରତିମାସ ରିବେଟ ପିରିଅଡ ମାଧ୍ୟରେ ବିଲ ପୈଠ କରନ୍ତି, ସେହି ଗ୍ରାହକ ମାନଙ୍କ ମଧ୍ୟରୁ ପ୍ରତି ସବଡ଼ିଭିଜନରେ ତିନି ଗୋଟି ଲଟେରୀ ଉଠାଇ ତିନି ଜଣଙ୍କୁ ପୁରସ୍କାର ବଣ୍ଟନ କରାଯାଏ ବୋଲି ଜେଇ ଶ୍ରୀ ସିଂ କହିଛନ୍ତି ।

jayashree
Leave A Reply

Your email address will not be published.