ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ପ୍ରଶାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଐତିହ ଓ ପରିବେଶ ସୁରକ୍ଷା ପାଇଁ ପ୍ରଶାନ୍ତ ମାହକୁରଙ୍କୁ ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି । ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମୁଖ୍ୟଅତିଥି ଅତିରିକ୍ତ-ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଡିଏଫ୍‌ଓ ସୁଦର୍ଶନ ବେହେରା ଏବଂ ଜଳବାୟୁ ପରିବେଶ କମିଟିର ସଦସ୍ୟ ଜଙ୍ଗଲ ସୁରକ୍ଷା କମିଟି ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଶାନ୍ତ ମହାକୁରଙ୍କୁ ଏହି ପୁରସ୍କାର ମିଳିଥିଲା । ଶ୍ରୀ ମହାକୁର ସହରରେ ପରିବେଶ ସୁରକ୍ଷା ପାଇଁ ୨୦୧୬ରୁ ଅଗ୍ରସର ଥିବା ବେଳେ ସହରର ୧୭ ଗୋଟି ଜଳାଶୟ ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା, ଐତିହ୍ୟ ସୁରକ୍ଷା ପାଇଁ ବିଭିନ୍ନ ଆଲୋଚନା ଚକ୍ର, ପରିବେଶ ଦିବସ, ପକ୍ଷୀ ସୁରକ୍ଷା ପାଇଁ ସଚେତନତା ରାଲି ଆଦି ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଥିଲେ । ଶ୍ରୀ ମହାକୁରଙ୍କୁ ଏହି ପୁରସ୍କାର ମିଳିବା ପରେ ତାଙ୍କ ପାଖରେ ଶୁଭେଚ୍ଛାର ସୁଅ ଛୁଟିଛି । ସେହିପରି ଏହି ପୁରସ୍କାର ତାଙ୍କୁ ପରିବେଶ ସୁରକ୍ଷା ପାଇଁ ଆହୁରି ଉତ୍ସାହିତ କରିବ ବୋଲି ଶ୍ରୀ ମହାକୁର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.