jayashree

ମୁରିବାହାଲ ଡ଼ିଗ୍ରୀ କଲେଜର ଛାତ୍ର ପ୍ରୀତମ ବଘାର ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ ପାଇଁ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲ‍ାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ତଥା ରାଜନୀତି ବିଜ୍ଞାନର ଛାତ୍ର ପ୍ରୀତମ ବଘାର ଦିଲ୍ଲୀ ରାଜପଥରେ ଅନୁଷ୍ଠିତ ହେବାକୁ ଯାଉଥିବା ଗଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ମନୋନୀତ ହୋଇଛନ୍ତି । ଯାହାକି ମହାବିଦ୍ୟାଳୟ ତଥା ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ । ସେ ପ୍ରଥମେ ୟୁନିଟ୍ ଲେଭେଲ୍ ପ୍ୟାରେଡରେ ମନୋନୀତ ହୋଇ ଗତ ୧୫.୦୯.୨୦୨୪ ଦିନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ୟୁନିଭର୍ସିଟି ଲେଭେଲ୍ ପ୍ୟାରେଡରେ ଅଂଶଗ୍ରହଣ କରି ଷ୍ଟେଟ୍ ଲେଭେଲ୍ ପ୍ରି – ରିପବ୍ଲିକ୍ ପ୍ୟାରେଡ୍ ପାଇଁ ମନୋନୀତ ହୋଇଥିଲେ । ଗତ ୨୭.୦୯.୨୦୨୪ ରୁ ୨୯.୦୯.୨୦୨୪ ପର୍ଯ୍ୟନ୍ତ ରାଉରକେଲା ମ୍ୟୁନସିପାଲ କଲେଜଠାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାମ୍ପରେ ଅଂଶଗ୍ରହଣ କରିଥିବା ୨୦୦ରୁ ଅଧିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମାତ୍ର ୫୨ଜଣ ଇଷ୍ଟଜୋନ୍ ପ୍ରି – ରିପବ୍ଲିକ୍ ଡେ କ୍ୟାମ୍ପ୍ ପାଇଁ ମନୋନୀତ ହୋଇଥିଲେ । ଆସାମର ଗୌହାଟି ବିଶ୍ୱବିଦ୍ୟାଳୟରେ ଗତ ୦୭.୧୧.୨୦୨୪ ରୁ ୧୬.୧୧.୨୦୨୪ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି କ୍ୟାମ୍ପରେ ଓଡ଼ିଶା , ୱେଷ୍ଟ ବେଙ୍ଗଲ , ସିକିମ , ଅରୁଣାଚଳ ପ୍ରଦେଶ , ଆସାମ , ମଣିପୁର , ମେଘାଳୟ , ମିଜୋରାମ ଏବଂ ତ୍ରିପୁରାରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ କି ଓଡ଼ିଶାରୁ ମାତ୍ର ୪ଜଣ ଛାତ୍ର ଏବଂ ୪ ଜଣ ଛାତ୍ରୀ ମନୋନୀତ ହୋଇ ଆଗାମୀ ୨୬ ଜାନୁଆରୀ ୨୦୨୫ ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ୟାରେଡ୍ ପାଇଁ ମନୋନୀତ ହୋଇଛନ୍ତି । ଯେଉଁଥିରେ କି ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ମୁରିବାହାଲର ଛାତ୍ର ପ୍ରୀତମ ବଘାରଙ୍କ ନାମ ତାଲିକାର ଶୀର୍ଷରେ ରହିଛି । ଯାହାକି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ । ସେ ଏହି ଐତିହାସିକ ସଫଳତା ପାଇଁ ଘଣ୍ଟବାହାଲ ଗ୍ରାମର ନିଜ ମାତା ବାଙ୍କପ୍ରିୟା ବଘାର, ପିତା ଦୁର୍ଯ୍ୟୋଧନ ବଘାର, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଧିକାରୀ ଛନ୍ଦା ଚରଣ ଖୁଣ୍ଟିଆ, ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଜିଲ୍ଲା ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଧିକାରୀ ଡଃ. ଅଜିତ ଭୋଇ, ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଧିକାରୀ ଡଃ. ପ୍ରିୟଙ୍କା ଚକ୍ରବର୍ତ୍ତୀ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଅନ୍ୟାନ୍ୟ କର୍ମଚାରୀ ଓ ସାଥୀ ଛାତ୍ରଛାତ୍ରୀଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.