csstore

ଓଡ଼ିଶା ଯୁବ କଂଗ୍ରେସର ପ୍ରେସ ମିଟ୍‌

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାର ଶିଶୁ ରୋଗ ବିଭାଗ ସ୍ଥିତ କେନ୍ଦ୍ରରେ ଜଣେ ନାବାଳିକା ଦିବ୍ୟାଙ୍ଗ ଝିଅ ଉପରେ ହୋଇଥିବା ଦୁଷ୍କର୍ମକୁ ଟିଟିଲାଗଡ଼ ଯୁବ କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସ ତରଫରୁ ତୀବ୍ର ନିନ୍ଦା କରାଯିବା ସହ ପୋଲିସର ନୀରବତାକୁ ନେଇ ପ୍ରଶ୍ନ କରିଛି ବିରୋଧୀ ଯୁବ କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଡାକ୍ତରଖାନା ଭିତରେ ଯଦି ଜଣେ ସୁରକ୍ଷିତ ନୁହେଁ ତ ଆଉ କେଉଁଠି ସୁରକ୍ଷିତ ରହିବ ବୋଲି ଯୁବ କଂଗ୍ରେସ ସ୍ଥାନୀୟ କଂଗ୍ରେସ ତରଫରୁ ପ୍ରଶ୍ନ କରିଛନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ନିକଟରେ ରହିଥିବା ସରକାରୀ ଡାକ୍ତରଖାନା ଯଦି ସୁରକ୍ଷିତ ନୁହେଁ ତ ଦୀର୍ଘ ପାଞ୍ଚ କିଲୋମିଟର ଦୂରରେ ହେବାକୁ ଥିବା ଡାକ୍ତରଖାନାରେ ଲୋକେ କେତେ ସୁରକ୍ଷିତ ରହିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଆଜି ଟିଟିଲାଗଡ଼ ଡାକ ବଙ୍ଗଳାରେ ଯୁବ କଂଗ୍ରେସ ଦ୍ୱାରା ଏକ ପ୍ରେସ ମିଟ ଆୟୋଜିତ ହୋଇଯାଇଛି । ଏହି ପ୍ରେସ ମିଟ ରାଜ୍ୟ ଯୁବ କଂଗ୍ରେସର ଉପ ସଭାପତି ବିରେନ୍ଦ୍ର ବାଗଙ୍କ ସଭାପତିତ୍ବରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଡମ୍ବରୁଧର ଛତ୍ରିଆ, ଜିଲ୍ଲା କଂଗ୍ରେସ କମିଟିର ଉପ ସଭାପତି ତୁଳସୀ ରାଓ, ରାଜ୍ୟ କଂଗ୍ରେସ ସଭାଦଳର ଉପ ସଭାପତି ଦେବାନନ୍ଦ ସାହୁ, ବଙ୍ଗୋମୁଣ୍ଡା ବ୍ଲକ ଯୁବ କଂଗ୍ରେସ ସଭାପତି ଯୁବରାଜ ବାଗ ଲଘୁ ସମ୍ପ୍ରଦାୟର ସଭାପତି ବିଚିତ୍ର ବାଗ, ଜିଲ୍ଲା କଂଗ୍ରେସ କିସାନ ସଂଘର ସଭାପତି ପ୍ରଦୀପ ସାହୁ ଉପସ୍ଥିତ ଥିଲେ । ପ୍ରେସ ମିଟରେ ଆଜି ଟିଟିଲାଗଡ଼ ଡାକ୍ତରଖାନା ଭିତରେ ଜଣେ ଆହାର କେନ୍ଦ୍ରର କର୍ମଚାରୀ ବା ସହାୟତା ପ୍ରଦାନକାରି ଗତ ସେପ୍ଟେମ୍ବର ମାସରେ ଜଣେ ନାବାଳିକା ଦିବ୍ୟାଙ୍ଗକୁ ଦୁଷ୍କର୍ମ କରିବା ଅଭିଯୋଗ ପରେ ଏହାକୁ ନେଇ ଏବେ ସହରରେ ଚର୍ଚ୍ଚା ଜୋର ଧରିଛି । ଆଜି ଯୁବ କଂଗ୍ରେସ ରାଜ୍ୟରେ ଆଇନ ପରିସ୍ଥିତି ବିପର୍ଯ୍ୟସ୍ତ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି ଯୁବ କଂଗ୍ରେସ ରାଜ୍ୟ ଉପସଭାପତି ବୀରେନ୍ଦ୍ର ବାଗ ।

jayashree
Leave A Reply

Your email address will not be published.