csstore

ରାଜବୋରାସମ୍ବର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଛାତ୍ରୀ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦେଓଲିରେ ରାଜବୋରାସମ୍ବର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଛାତ୍ରୀ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦେଓଲି ଉଚ୍ଚ ବିଦ୍ୟାଳୟ, ସତିଭଟାର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଝଗରା ପ୍ରଦୀପ ପ୍ରଜ୍ୱଳନ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତା ଗୁଡିକର ଶୁଭାରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତା ଗୁଡିକରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ୭୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପୁରସ୍କାର ବିତାରଣୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀଙ୍କ ସଭାପତିତ୍ୱରେ ସରକାରୀ ବାଳିକା ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଯୋଗଦାନ କରି ସମାଜକୁ ସ୍ତ୍ରୀ ଜାତିର ଆବଶ୍ୟକତା ତଥା ଅବଦାନ ବିଷୟରେ ଆଲୋକପାତ କରି ପୁରସ୍କାର ବିତରଣ କରିଥିଲେ । ଏବିଇଓ ରାମ ସିଂ ଭୋଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାକୁ ରବି ନାରାୟଣ ପଣ୍ଡା ପରିଚାଳନା କରିଥିଲା ବେଳେ ଅନ୍ୟ ସିଆରସିସି ମାନେ ସାହାଯ୍ୟ କରିଥିଲେ । ପରିଶେଷରେ ସୁରେଶ କୁମାର ଚୌହାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.