ମା’ ତାରାତାରିଣୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର, ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ସ୍ତନପୀଠେ ପୁଜିତା ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ୟ୍ୟନ୍ତ ବିଧିବଦ୍ଧ ଭାବେ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଗଞ୍ଜାମ ଜିଲ୍ଲାବାସୀ ଭକ୍ତଗଣଙ୍କ ଯୋଗଦାନ ପାଇଁ ସୁବିଧା ଉପଲବ୍ଧ ଅଛି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି । ମା’ଙ୍କର ଆଶୀର୍ବାଦ ଲାଭ କରିବା ନିମନ୍ତେ ସମସ୍ତ ଜିଲ୍ଲାବାସୀଙ୍କୁ ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଉଅଛି । ପ୍ରକାଶ ଥାଉକି, ଆଦ୍ୟାଶକ୍ତି ଶକ୍ତି ମା’ ତାରାତାରିଣୀ ଯୁଗ୍ମ ରୂପିଣୀ ତାରା ଓ ତାରିଣୀ ଏବଂ ଅଯୁଗ୍ମ ଓ ଅଭିନ୍ନ ରୂପରେ ସେ ସଙ୍କଟ ତାରିଣୀ ନାମେ ଖ୍ୟାତ । ଯାହାଙ୍କ ଚରିତ୍ର ଅଦ୍ୟାବଧି ରହସ୍ୟମୟ । ଉକ୍ତ ପ୍ରତିଷ୍ଠା ଯଜ୍ଞୋତ୍ସବରେ ଗଞ୍ଜାମବାସୀ ଯୋଗଦାନ କରି ମା’ଙ୍କର ଆଶିଷ ଓ ବିଭୂକୃପା ଲାଭ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମା’ ତାରାତାରିଣୀ ଟ୍ରଷ୍ଟବୋର୍ଡ଼ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

6 + six =