oom

ଡେଲାଙ୍ଗ ୟୁକୋ ବ୍ୟାଙ୍କ ପକ୍ଷରୁ ୮୨ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବାୟା ବଜାର ସ୍ଥିତ ସର୍ବ ପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଶନିବାର ବ୍ୟାଙ୍କ ପରିସରରେ ୮୨ତମ ପ୍ରତିଷ୍ଠା ଦିବସ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବ୍ୟାଙ୍କଶାଖା ମୁଖ୍ୟ ପରିଚାଳକ ଯୋଗେଶ କୁମାର ପ୍ରଧାନ, ସହକାରୀ ପରିଚାଳକ ଦେବବ୍ରତ କୁଣ୍ଡୁ, ଫିଲ୍ଡ ଅଫିସର ସୁନିଲ ମିଶ୍ର, ଫିଲ୍ଡି ଅଫିସର ବିଘ୍ନେଶ ପ୍ରସାଦ ବିଶ୍ୱାଳ, କ୍ୟାସିୟର ସରସ୍ୱତୀ ପଣ୍ଡା, ବ୍ୟାଙ୍କ ଷ୍ଟାଫ ଆୟୁବ ଖାଁ, ବ୍ୟାଙ୍କ ପିଅନ ବସନ୍ତ କୁମାର ବାରିକ, ବିସି ଜ୍ୟୋତିରଜଂନ ପାତ୍ର, ବିସି ଦୀପକ କୁମାର ବେହେରା, ବିସି ପୂର୍ଣ୍ଣଚନ୍ଦ୍ର ପଲେଇ, ବ୍ୟାଙ୍କ ମିତ୍ର ସୁଶ୍ରୀ ଲିଜା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଏହି ପ୍ରତିଷ୍ଠା ଦିବସକୁ ଆନନ୍ଦ ଉତ୍ସାହରେ ପାଳନ କରିଥିଲେ । ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ପରିଚାଳକ ଶ୍ରୀ ପ୍ରଧାନ ଏକ କେକ୍‌ କାଟି ଶୁଭେଚ୍ଛା ଜଣାଇଥିଲେ । ୧୯୪୩ ମସିହା ଜାନୁଆରୀ ୬ ତାରିଖରେ ଜଣେ ଭାରତୀୟ ଶିଳ୍ପଦ୍ୟୋଗୀ ଗି.ଡି ବିରଳାଙ୍କ ଦ୍ୱାରା ୟୁନାଇଟେଡ୍‌ କମରସିଆଲ ବ୍ୟାଙ୍କ(ୟୁକୋ ବ୍ୟାଙ୍କ) ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ଜାନୁଆରୀ ୬ ତାରିଖକୁ ପ୍ରତିଷ୍ଠା ଦିବସ ରୂପେ ସାରା ଭାରତରେ ପାଳନ ହୋଇଆସୁଛି । ବ୍ୟାଙ୍କର ବିଭିନ୍ନ ସେବାମୂଳକ ଯୋଜନା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକମାନଙ୍କୁ ଅବଗତ କରାଇବା ସହ ମିଠା, ଚକୋଲେଟ ଓ କ୍ୟାଲେଣ୍ଡର ଦେଇ ଖୁସି କରାଇଥିଲେ । କାର୍ଯ୍ୟକ୍ରମର ସଫଳତା ନେଇ ଶେଷରେ ବ୍ୟାଙ୍କ ପରିଚାଳକ ଶ୍ରୀ ପ୍ରଧାନ ଧନ୍ୟବାଦ ଅପର୍ଣ କରିଥିଲେ ।

jittmm
Leave A Reply

Your email address will not be published.