csstore

ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଯୁବକ ସଂଘ ପକ୍ଷରୁ ରଚନା ପ୍ରତିଯୋଗିତା

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଶ୍ରୀ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଏମ୍‌ଇ ସ୍କୁଲ ଠାରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରେମା ନନ୍ଦ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ବାଗ ଯୋଗ ଦେଇଥିବା ବେଳେ ଶିକ୍ଷକ ବାଞ୍ଚାନିଧି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ଶିବ ଶଙ୍କର ଭୋଇ ପ୍ରଥମ, ଚାନ୍ଦିନୀ ରଣା ଦ୍ଵିତୀୟ, ଡିଙ୍ଗର ମହାଲିଙ୍ଗ ତୃତୀୟ ସ୍ଥାନ ହାସଲ କରିଥିଲେ । ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଉପରେ ଆଲୋକପାତ କରିବା ସହ ବିବେକାନନ୍ଦଙ୍କ ଭଳି ସଂଘର ସଦସ୍ୟମାନେ ହେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ ଦେଇଥିଲେ । ସହସମ୍ପାଦକ ସୁନିଲ ଗହୀର, କୋଷାଧ୍ୟକ୍ଷ ତୁଳସୀ ଦାସ ଗହୀର, ସୁବିନନ୍ଦ୍ର ନାଏକ, ଶତ୍ରୁଘନ ଗହୀର, ବବରୁ ବେହେରା, ବବ୍ଲୁ ରଣା, ପିଙ୍କୁ ରଣା, ଟେଭାନ ରଣା, ବିପିନ ସାହୁ, ନେପାଳ ସାହୁ, ଦୁର୍ଯ୍ୟୋଧନ ସାହୁ, ସୁଜିତ ନାଏକ, ଡିଙ୍ଗର ମହାଳିଙ୍ଗ, ସୁମିତ ଗହୀର, ବବ୍ଲୁ ସାହୁ, ମୁନା ବେହେରା, ମୁନା ରଣା, ସୁକୃ ରଣା, ସୁବେନ୍ଧୁ ଭୋଇ, ଦିପୁ ରଣା, ସମ୍ବିତ ରଣା, ରିତେଶ ବେହେରା, ଶାନ୍ତନୁ ରଣା, ସିପୁନ ବାଗ, ଶିବ ଶଙ୍କର ଭୋଇ, ମହନ ସାହୁ, ବିଦେଶୀ ପସାୟତ, ସତ୍ୟ ସାହୁ, ସୁଜିତ ଗହୀର, ଚାନ୍ଦନୀ ରଣା, ଆହ୍ଲାଦିନି ସାହୁ, ଗାୟତ୍ରୀ ରଣା, ମମତା ରଣା ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ସମ୍ପାଦକ ମନୋଜ ସାହୁ ସଭା ପରିଚାଳନା କରିଥିବା ବେଳେ ଶେଷରେ ଉପସଭାପତି ରବି ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.