jayashree

ଏସ୍‌ଜିଏଫ୍‌ଆଇ ରାଜ୍ୟ ସ୍ତରୀୟ ସ୍କୁଲ ଟାଇକୋଣ୍ଡୋ ପ୍ରତିଯୋଗିତା : କେନ୍ଦୁଝର ଗଲେ ବଲାଙ୍ଗିରର ୧୮ ଜଣିଆ ଟାଇକୋଣ୍ଡୋ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ତରପରୁ ଏସ୍‌ଜିଏଫ୍‌ଆଇ ରାଜ୍ୟ ସ୍ତରୀୟ ସ୍କୁଲ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲାର ୧୮ ଜଣିଆ ଖେଳାଳି ଦଳ ଆଜି କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ପୋଲିସ ହାଇସ୍କୁଲରେ ଏହି ଚମ୍ପିୟାନସିପ୍‌ ଅନୁଷ୍ଠିତ ହେବ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରୁ ମନୋନୀତ ୧୮ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଉଭୟ ଅଣ୍ଡର-୧୪ (ବାଳକ ଓ ବାଳିକା) ଏବଂ ଅଣ୍ଡର-୧୭ (ବାଳକ ଓ ବାଳିକା) ବର୍ଗର ବିଭିନ୍ନ ଓଜନ ଶ୍ରେଣୀରେ କିରୋଗୀ ପ୍ରତିଯୋଗିତା ଆୟୋଜିତ ହେବ । ବଲାଙ୍ଗିର ଜିଲ୍ଲା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ତଥା ଜାତୀୟ ସ୍ତରୀୟ ରେଫରୀ ଅସିମ କୁମାର ଭୋଇ ଏବଂ ପିଇଟି ସୁଜାତା ମଲ୍ଲିକଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ଦଳ କେନ୍ଦୁଝର ଗସ୍ତ କରିଥିବା ନେଇ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି । ସୁନାମଧନ୍ୟ କୋଚ୍‌ ଓ ଜିଲ୍ଲା ଶିକ୍ଷା ବିଭାଗର ମାର୍ଗଦର୍ଶନରେ ଏହି ଦଳ ରାଜ୍ୟସ୍ତରରେ ଭଲ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ ପାଇଛି । କ୍ରୀଡାବିତ୍‌ ଓ ଶିକ୍ଷାବିତ୍‌ମାନେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.