ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବ୍ଲକ ସ୍ତରୀୟ ଯୋଗ ଓ ଚେସ୍ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କର ନିର୍ଦ୍ଦେଶରେ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବ୍ଲକ ସ୍ତରୀୟ ଯୋଗ ଓ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ବ୍ଲକ କ୍ରୀଡା ସଂଘର ସେକ୍ରେଟାରୀ ହରେକୃଷ୍ଣ ମେହେର ସଭା ପରିଚାଳନା କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ କେଶରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ପ୍ରତିଯୋଗିତାରେ ଛଅଟି ବର୍ଗରୁ ୬୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଚେସରେ ବୈଭବ ସାହୁ, ଓମ ପ୍ରକାଶ ସାହୁ, ଶ୍ରାବଣୀ ସାହୁ ଓ ପ୍ରାଚୀ ପ୍ରଜ୍ଞା ସାହୁ ଓ ଯୋଗରେ ଶ୍ରୀତମ ସାହୁ,ସମୀର ସେନ୍ଦ୍ରିଆ, ଲିଶା ବାଗ ଓ ସୌଦାମିନୀ କୁମ୍ଭାର ଚୟନୀତ ହୋଇ ଜିଲ୍ଲାସ୍ତରରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶାରୀରିକ ଶିକ୍ଷୟିତ୍ରୀ ନିଳୀମା ରାଣୀ ମହାନ୍ତି, ଗୋବର୍ଦ୍ଧନ ମିଶ୍ର, କେଶବ ପ୍ରଧାନ, ସଦାନନ୍ଦ ସାହୁ, ରଜତ ସିଂହ ବରିହା ତଥା ଅନ୍ୟାନ୍ୟ ବିଦ୍ୟାଳୟର ଶାରୀରିକ ଶିକ୍ଷକମାନେ ସାହାଯ୍ୟ କରିଥିଲେ । ଶେଷରେ ଚନ୍ଦ୍ରମଣି ସାହୁ ଧନ୍ୟବାଦ ଜ୍ଞାପନ କରି ସଭାପତିଙ୍କ ଅନୁରୋଧ ଅନୁସାରେ ସଭାସାଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଫଳ କରିବାରେ ସହାୟତା କରିଥିଲେ ।

Leave A Reply

Your email address will not be published.