ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ଦ୍ୱାରା ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ରଚନା, ବୁଦ୍ଧିଜ୍ଞାନ ଓ ସଂଗୀତ ପ୍ରତିଯୋଗିତା କନ୍ଧପାଲି ସ୍ଥିତ ଅଘରିଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଜିଲ୍ଲାର ବରିଷ୍ଠ ଶିକ୍ଷକ ବୃଷକେତୁ ସାହୁ, ନୀଳାଚଳ ଚିରଗୁନ, ଅଗ୍ନି କୁମାର ନାଏକ, ସୁନୀଲ କୁମାର ବେହେରା, ସୁନୀଲ କୁମାର ପାତ୍ର, ଅନିଲ କୁମାର ନନ୍ଦ, ଅଶ୍ୱିନୀ କୁମାର ଷଢଙ୍ଗୀ, ବିଶ୍ୱଜିତ ପଧାନ, ଆନନ୍ଦ କୁମାର ବଡ଼ପଣ୍ଡା, ନାରାୟଣ ମିଶ୍ର ବିଚାରକ ଭାବେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷା କମିଟି, ପୁସ୍ତକ କମିଟି ଓ ଯୁବା ମଞ୍ଚର ମିଳିତ ଉଦ୍ୟମ କ୍ରମେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ଅଧ୍ୟକ୍ଷତା କରି ଆଗାମୀ ପିଢ଼ିକୁ ମଜଭୁତ କରିବା ନେଇ ଉକ୍ତ କାର୍ଯ୍ୟକ୍ରମକୁ ତୃଣମୂଳରୁ ହାତକୁ ନିଆଯାଇଛି ବୋଲି ବକ୍ତବ୍ୟରେ କହିଥିଲେ । ଏକ ସଭାର ଆୟୋଜନ କରି ଶିକ୍ଷା କମିଟି ସଭ୍ୟ ନୀଳମଣି ପଟେଲ ଅତିଥି ପରିଚୟ କରିଥିବା ବେଳେ ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ ସଭା ପରିଚାଳନା କରିଥିଲେ । ଅନ୍ୟତମ ଅତିଥି ସଇଁତଳା ବିଇଓ ଦିଲୀପ କୁମାର ଯୋଷୀ ସମାଜର ଉନ୍ନତିମୂଳକ ଶିକ୍ଷା କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ଯୁବାମଞ୍ଚ ସଭାପତି ପ୍ରମୋଦ କୁମାର ପଟେଲ କୃତୀ ପ୍ରତିଭାଙ୍କ ନାମ ଘୋଷଣା କରି ପରୀକ୍ଷା ପରିଚାଳନର ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ପରିଚାଳନା ଦାୟିତ୍ୱ ନିର୍ବାହରେ ସହଯୋଗ କରିଥିଲେ ସନ୍ତୋଷ ରାଉତ, ଭକ୍ତଚରଣ ନାଏକ, ସୁରେନ୍ଦ୍ର ନାଏକ, ସୁରଥ ନାଏକ, ଗୋବିନ୍ଦ ଚନ୍ଦ୍ର ପଟେଲ, ଚୈତନ୍ୟ ପଟେଲ, ଦେବଦତ୍ତ ପଟେଲ, ଅମ୍ବୁଜ ପଟେଲ, ଦୁର୍ଗା ପଟେଲ, ଚିତ୍ତରଞ୍ଜନ ପଟେଲ, ଜିତେନ୍ଦ୍ରୀୟ ପଟେଲ, ସୁବାସ ପଟେଲ, ଜୟଚନ୍ଦ୍ର ପଟେଲ, ମୁକୁନ୍ଦ ପଟେଲ, ଆନନ୍ଦ କୁମାର ପଟେଲ, ଚିତ୍ତରଞ୍ଜନ ପଟେଲ, ଡମ୍ବରୁଧର ରାଉତ, ବ୍ରଜବାସୀ ସାଏ, କରୁଣାକର ପଟେଲ, ପରୀକ୍ଷା ଦାୟିତ୍ୱରେ ସହଯୋଗ କରିଥିଲେ । ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଚିତ୍ତରଞ୍ଜନ ପଟେଲ, ଦ୍ୱାରିକା ନାଥ ପଟେଲ ଓ ମିତ୍ରଭାନୁ ରାଉତ, ରାଜ କୁମାର ପଟେଲ ଓ ଉପ ସଭାପତି ଲିଲି ପଟେଲ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷା କମିଟି ମୁଖ୍ୟ ରଶ୍ମି ରଞ୍ଜନ ସାଏ, ସଭ୍ୟ ସୁଶାନ୍ତ ନାଏକଙ୍କ ସମେତ ଅନେକ ଗୁଡ଼ି ସଭାପତି ଓ କାର୍ଯ୍ୟକର୍ତ୍ତା, ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତା, ମହିଳା ମଞ୍ଚ, ଯୁବା ମଞ୍ଚ, କୃଷକ ମଞ୍ଚ, ନିର୍ମାଣ କମିଟି, କେନ୍ଦ୍ର କମିଟି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କଲେ ସେମାନେ ହେଲେ ଜଳସା ନାଏକ, ସାଇ ଶ୍ରୀ ପ୍ରିୟଦର୍ଶିନୀ ପଟେଲ, ପ୍ରାଚୀ ପ୍ରସ୍ତୁଟିକା ନାଏକ, ରୀୟାଂଶି ସାଏ ,ରୁଚିକା ସାଏ, ସମୀକ୍ଷା ପଟେଲ, ପ୍ରଭୁଦତ୍ତ ନାଏକ, ସ୍ଵାତୀ ନାଏକ, ଜିଜ୍ଞାସା ସାଏ, ନୀତେଶ କୁମାର ପଟେଲ, ପ୍ରିୟା ପଟେଲ, ସାଇଶ୍ରୀ ପ୍ରିୟଦର୍ଶିନୀ ପଟେଲ, ଅସ୍ଥାରାନି ପଟେଲ, ତୃପ୍ତିମୟୀ ରାଉତ, ସାଇ କ୍ରିଷ୍ଣା ପଟେଲ, ଆଦର୍ଶ କୁମାର ପଟେଲ, ଶ୍ରୀ ଓମ୍ ପଟେଲ, ଶଙ୍କର ରାଉତ, କୁନାଲ ରାଉତ, ପରିତୋଷ ପଟେଲ, ଅଂଶ୍ରୀତା ପଟେଲ, ଆଦିତ୍ୟ ନାରାୟଣ ପଟେଲ, ଶ୍ରୀୟଂଶୁ ପଟେଲ, ଅସ୍ମିତ ପଟେଲ, ଶିବାନନ୍ଦ ପଟେଲ । ଏହି କାର୍ଯ୍ୟକ୍ରମରେ ଉପ ସଭାନେତ୍ରୀ ଲିଲି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post