oom

ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଳନ ଉପଲକ୍ଷେ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ମାନ ବିଭିନ୍ନ ସଂଗଠନ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ବଲାଙ୍ଗିର ପି.ପି ଏକାଡେମୀ ଠାରେ ବଲାଙ୍ଗିର ଦିନ୍‌ ଆୟୋଜକ ମଂଚ କମିଟି ତରଫରୁ ଉଦ୍‌ଘୋଷକ / ଉଦ୍‌ଘୋଷିକା ଚୟନ କରାଯାଇଥିଲା । ଏଥିରେ ମଂଚ ପରିଚାଳନା କରିଥିଲେ ନୂତନ ସେନ୍ଦ୍ରିଆ ଏବଂ ବିଚାରକ ଭାବେ ପ୍ରଶାନ୍ତ ଖମାରୀ । ବିରେନ୍ଦ୍ର ଝାଙ୍କର, ହିମାଂଶୁ ଖମାରୀ ଓ ନିରୁପମା ଉଦ୍‌ଗାତା ଥିଲେ । ସେହିପରି ସକାଳ ୯ଟା ସମୟରେ ଆର୍ଟ ଅଫ୍‌ ଅଧ୍ୟୟନ ତକ୍ଷକ ଖବର କାଗଜ ପକ୍ଷରୁ ବଲାଙ୍ଗିର ଟାଉନ ବାଳିକା ବିଦ୍ୟାଳୟରେ ଆର୍ଟ ଏବଂ କ୍ରାଫ୍ଟ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହାକୁ ପରିଚାଳନା କରିଥିଲେ ରଘୁ ନନ୍ଦନ ସିଂ ଏବଂ ବିଚାରକ ଭାବେ ବାସୁଦେବ ମେହେର, ଦିଲ୍ଲୀପ ସିଂଦେଓ ଓ ହିମାନୀ ତ୍ରିପାଠୀ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ମହନୀ ନୃତ୍ୟକଳା ଓ ଗବେଷଣା କେନ୍ଦ୍ର ତରଫରୁ ବଲାଙ୍ଗିର ଟାଉନ ବାଳିକା ବିଦ୍ୟାଳୟରେ ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ପରିଚାଳନା କରିଥିଲେ ବିରେନ୍ଦ୍ର ପାଣ୍ଡେ ଓ ମାନସୀ ସାହୁ । ବିଚାରକ ଭାବରେ ଡ. ଅର୍ଚ୍ଚନା ପାଢୀ, ଶାନ୍ତନୁ ପୁରୋହିତ ଓ ବନଶ୍ରୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଗୋପାଳଜୀ ପାଣିଗ୍ରାହି, ବିଧୁଭୂଷଣ ତ୍ରିପାଠୀ, ପ୍ରତାପ ରଥ, ସଞ୍ଜିବ ସାହୁ, ବିନୋଦ କାଲସାଏ, ସୌଦାମିନୀ ମିଶ୍ର, ପୂଜା ସାହୁ, ନୂତନ ଦାସ, ସୁରେଶ ଡାଙ୍ଗ, ମୌସୁମି ବାନାର୍ଜି, ଜ୍ୟୋର୍ତିମୟୀ ସାହୁ, ସଙ୍ଗିତା ଦାସ, ଶ୍ରାବଣୀ ମେହେର, ରୋଜି ହୋତା, ସନ୍ତୋଷ ହୋତା, ରାମ ଦାସ, ଥବିର କର୍ମି, ସୋମନାଥ ମିଶ୍ର, ବିକାଶ ସା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.