
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ଶ୍ରୀଜଗନ୍ନାଥ କଳା ପରିଷଦ ତରଫରୁ ସେକ୍ଟର ୧୬ ଡିଏଭି ସ୍କୁଲ ଠାରେ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପୁଷ୍ପାରାଣୀ ମିଶ୍ର ଓ ସବିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ସଂଗୀତ, ରାଇମ୍ସ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ରାଜକୁମାରୀ ଦେବୀ, ଫକୀର ଚରଣ ପତି, ଅଳକାନନ୍ଦ ରଥ, ସୁଜାତା ମହାନ୍ତି, ବାଦଲ କୁମାର ମଣ୍ଡଳ, ନିରଞ୍ଜନ ନାୟକ ପ୍ରମୁଖ ଦାୟିତ୍ଵ ତୁଳାଇଥିଲେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ଓ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ଓ ପଦକ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରତୀକ ମିଶ୍ର, ବବିତା ମିଶ୍ର, ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ସହ ବୈଭବୀ ସାହୁ, ବିଷ୍ଣୁପ୍ରିୟା ପାଣ୍ଡବ, ଦେବସ୍ମିତା ପଟ୍ଟନାୟକ, ନନ୍ଦିନୀ ସୁନା, ସାଲୋନୀ ସିଂ, ମିତାଞ୍ଜଳି ପଟ୍ଟନାୟକ, ସୁଚିତ୍ରା ଦର୍ଜୀ, ବିକ୍ରମ ହାଁସଦା, ବିଶ୍ୱରଂଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲାବେଳେ ଅତିଥି ଭାବେ ସତ୍ୟପ୍ରିୟ ସାହୁ ଓ ଅନିତା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ୨୦ ଓ ୨୧ରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଦ୍ୱିଦିବସୀୟ ବାର୍ଷିକ ଉତ୍ସବ ପାଳନ କରାଯିବ । ତେବେ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ମୁଖ୍ୟ ପୁଷ୍ପା ରାଣୀ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।