
- ଭାରତ ମୁକ୍ତିମୋର୍ଚ୍ଚା ତରଫରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ।
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ଵାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି । ଏହି ଦାବିପତ୍ରରେ ସ୍ମାର୍ଟ ମିଟରରେ ଗରିବ ଲୋକଙ୍କୁ ଶୋଷଣ, ରନ୍ଧନ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି, ହୋଟେଲ ରେଷ୍ଟୁରାଣ୍ଟ, ହଷ୍ଟେଲ ଇତ୍ୟାଦିରେ ରନ୍ଧନ ଗ୍ୟାସ ସଙ୍କଟ କ୍ଷେତ୍ରରେ ଦରଦାମ ବୃଦ୍ଧିକୁ ସଂଘ ତୀବ୍ର ପ୍ରତିବାଦ କରିଛି । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ବିଶ୍ୱଳ, ଲଲିତ ମହାନନ୍ଦ ସନ୍ତୋଷ ଛତ୍ରିଆ, ସୁଶାନ୍ତ କୁମାର କଲତା ପ୍ରମୁଖ ଉପସ୍ଥିତ ଥିଲେ ।