pakka

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବୀରେ ଏସ୍‌ୟୁସିଆଇ(ସି)ର ପ୍ରତିବାଦ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅପରାଧୀ ଜଗଦ୍ଦେବର ବିଧାୟକ ପଦ ରଦ୍ଦ କରି ହତ୍ୟା ଅପରାଧରେ ତୁରନ୍ତ ଗିରଫ କରାଯାଉ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବା ସହ ବିଜେପି-ବିଜେଡି-କଂଗ୍ରେସ ଭଳି ଦଳମାନଙ୍କର ପ୍ରତ୍ୟକ୍ଷ ପରିଚାଳନାରେ ହେଉଥିବା ରାଜନୀତିର ଅପରାଧୀକରଣ ବନ୍ଦ କରାଯାଉ ବୋଲି ଏସ୍‌ୟୁସିଆଇ(ସି) ଦାବୀ କରିଛି । ଏଥି ସହିତ ବିଧାୟକଙ୍କ ଗାଡି ଚାପାରେ ଆହତ ବ୍ୟକ୍ତିମାନଙ୍କର ଉପଯୁକ୍ତ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଯୋଗାଇ ଦେବା ଆଦି ଦାବୀରେ ଆଜି ଏସ୍‌ୟୁସିଆଇ(ସି) ଓଡିଶା ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶାଖା ତରଫରୁ ପ୍ରତିବାଦ କରାଯାଇଛି । ବର୍ତ୍ତମାନ ରାଜନୀତିରେ ଅପରାଧୀକରଣ ଯୋଗୁଁ ଅପରାଧୀମାନେ ହିଁ କ୍ଷମତା କରାୟତ୍ତ କରୁଛନ୍ତି, ତେଣୁ ଏହା ବିରୁଦ୍ଧରେ ଜନସାଧାରଣ ପ୍ରତିବାଦ ପାଇଁ ଆଗେଇ ଆସିବାକୁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଉଛି । ଏହି ପ୍ରତିବାଦ ସଭାରେ ଜିଲ୍ଲା ସଂପାଦକ ସୁନିଲ ଭୋଇ, ମଧୁସୁଦନ ବାଗ, ରାଜେନ୍ଦ୍ର ରଣା, ତାମସ ବେହେରା, ହୃଷିକେଶ ବୁଡେକ, ଖଗେଶ୍ୱର ମହାନନ୍ଦ, ଗୋ÷÷ରୀ ରାଉତ, ଗୋସେପ ବାଗ, ଶିବ ସାହୁ, ଅହଲ୍ୟା ସାହୁ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

fifteen + 4 =

error: Content is protected !!