pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୨୭୭ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ଦିନରେ ଜିଲ୍ଲାରେ ବିଭିନ୍ନ ପଦବୀ ପାଇଁ ୨୭୭ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଆଜି ମଧ୍ୟ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜଣେ ହେଲେ ମନୋନୟନ ପତ୍ର ଦାଖଲ କରିନଥିବା ସୂଚନା ରହିଛି । ୨୭୭ ମନୋନୟନ ପତ୍ର ଦାଖଲ ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ସର୍ବାଧିକ ୨୨୯ ଜଣ, ସରପଞ୍ଚ ପାଇଁ ୩୭ ଏବଂ ସମିତି ସଭ୍ୟ ପଦ ପାଇଁ ୧୪ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ୧୨ ବ୍ଲକ ମଧ୍ୟରେ ଅତାବିରାରେ ୩୩, ଅମ୍ଭାଭୋନାରେ ୧୧, ଗାଇସିଲେଟ ବ୍ଲକରେ ୨୧, ଝାରବନ୍ଧ ବ୍ଲକରେ ୨୦, ପାଇକମାଳ ବ୍ଲକରେ ୧୫, ବରଗଡ଼ ୨୮, ବରପାଲି ବ୍ଲକରେ ୨୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଭଟଲି ବ୍ଲକରେ ୧୧, ଭେଡେନ ବ୍ଲକରେ ୩୭, ରାଜବୋରାସମ୍ବର ୧୯ ଏବଂ ସୋହେଲା ବ୍ଲକରେ ୧୯ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଜି ମଧ୍ୟ କେହି ମନୋନୟନ ପତ୍ର ଦାଖଲ କରିନାହାନ୍ତି ।

Leave A Reply

Your email address will not be published.

ten − 5 =