pakka

ପ୍ରବାସୀ ଓଡ଼ିଆ ବିକାଶ ସମିତିର କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରବାସୀ ଓଡ଼ିଆ ବିକାଶ ସମିତିର ସାଧାରଣ ପରିଷଦ ଏବଂ ପରେ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରବାସୀ ଓଡ଼ିଆ ବିକାଶ ସମିତି ଏକ ରାଷ୍ଟ୍ରବାଦୀ ସ୍ୱଂୟସେବୀ ସଂଗଠନ, ଦିଲ୍ଲୀରେ ଏହାର ମୁଖ୍ୟ କାର୍ଯ୍ୟାଳୟ, କିନ୍ତୁ ସର୍ବଭାରତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରବାସୀ ଓଡ଼ିଆ ମାନଙ୍କୁ ସଂଗଠିତ କରିବା ସହ ଓଡ଼ିଆ ମାନଙ୍କୁ ଓଡ଼ିଶା ତଥା ସ୍ଥାନୀୟ ବିକାଶରେ ସହାୟତା ପ୍ରଦାନ କରୁଥିବା ଏକ ବଳିଷ୍ଠ ସଂଗଠନ । ଆଜି ସାଧାରଣ ପରିଷଦ ବୈଠକରେ ପ୍ରଥମେ ଆଗାମୀ ଦୁଇବର୍ଷ ପାଇଁ କାର୍ଯ୍ୟକାରୀ ସମିତିର ୫୧ଜଣ ବ୍ୟକ୍ତିଙ୍କୁ ନିର୍ବାଚିତ କରାଗଲା ଏବଂ ପରେ କାର୍ଯ୍ୟକାରୀ ସମିତିର ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନରେ ସୂର୍ଯ୍ୟନାରାୟଣ ମିଶ୍ର, ସଭାପତି ଶ୍ରୀମତି ବିଜୟାନବମୀ ଦାସ, ସାଧାରଣ ସମ୍ପାଦିକା ଏବଂ ସୁଶାନ୍ତ କୁମାର ମହାପାତ୍ର, କୋଷାଦକ୍ଷ ଭାବରେ ନିର୍ବାଚିତ ହେଲେ ।
ଏହି ନିର୍ବାଚନକୁ ଭୁବନାନନ୍ଦ ପ୍ରଧାନ, ସୁଧୀର ବାରିକ ଓ ଡ.ବିଶ୍ୱନାଥ ବିଶ୍ୱଇଙ୍କ ଦ୍ୱାରା ଗଠିତ ନିର୍ବାଚନ କମିଟି ସୂଚାରୁ ରୂପରେ ସମ୍ପାଦନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅଧ୍ୟକ୍ଷ ରାଜେଶ ଶର୍ମା ଏବଂ କୃଷ୍ଣଚନ୍ଦ୍ର ସାହୁଙ୍କୁ ସଂଗଠନର ପୃଷ୍ଠପୋଷକ ଭାବରେ ମନୋନୀତ କରାଯାଇଥିଲା । ପୂର୍ବତନ ସଭାପତି ରଜେଶ ଶର୍ମା, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ପରିଡ଼ା ତଥା କୋଷାଧକ୍ଷ ଅଜିତ କୁମାର ମହାନ୍ତିଙ୍କ ଯୋଗଦାନକୁ ସମସ୍ତ କର୍ମକର୍ତ୍ତା ପ୍ରଚୁର ପ୍ରଂଶସା କରିଥିଲେ ।
ପ୍ରଫେସର ଅତନୁ ମହାପାତ୍ର ଭାରତରେ ପ୍ରତ୍ୟେକ ପ୍ରାନ୍ତରେ ତଥା ବିଦେଶରେ ଯେଉଁଠାରେ ଓଡ଼ିଆ ଅଛନ୍ତି, ସେଠାରେ ସଂଗଠନର ସ୍ୱରୂପକୁ ବର୍ଦ୍ଧନ କରିବା ପାଇଁ ଆହ୍ୱାନ ଦେଇଥିଲେ, ଯାହାକି କାର୍ଯ୍ୟକାରୀ ସମିତି ଗ୍ରହଣ କରିଥିଲେ । ନୂତନ କର୍ମକର୍ତ୍ତାଙ୍କୁ ସମସ୍ତ ସହଯୋଗ ପ୍ରଦାନ କରାଯାଇ ରାଷ୍ଟ୍ରସେବାକୁ ତ୍ୱରାନ୍ୱିତ କରାଯିବ ବୋଲି ବୈଠକରେ ସର୍ବସହମତିରେ ନିର୍ଣ୍ଣୟ କରାଗଲା । ନବନିର୍ବାଚିତ ସଭାମତି ଶ୍ରୀ ମିଶ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ଆହ୍ୱାନ କରିଥିଲେ କି ସମର୍ପଣ ଦ୍ୱାରା ସମ୍ପର୍କ ଓ ସୁବିଚାର ଦ୍ୱାରା ସଂଗଠନ ବୃଦ୍ଧିରେ ସମସ୍ତଙ୍କର ସାମୁହିକ ତ୍ୟାଗ ଆବଶ୍ୟକ । ଏବଂ ଆଗାମୀ ଦିନରେ ପିଓଭିଏସ୍‌ ପ୍ରବାସୀ ଓଡ଼ିଆ ଓ ଓଡ଼ିଶାର ସାମଗ୍ରିକ ବିକାଶ ପଥରେ ସହାୟକ ହେବାର ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.

1 + eleven =