pakka

ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ଦର୍ଶନ ଉପରେ ୱେବିନାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଓ ବିବେକାନନ୍ଦ ଅଧ୍ୟୟନ କେନ୍ଦ୍ର, ଝାରବନ୍ଧର ମିଳିତ ଉଦ୍ୟମରେ ମହାନ ଯୋଗୀ ଓ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ସପ୍ତାହର ପବିତ୍ର ଅବସରରେ ଏକ ୱେବିନାର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ର ବାଳମୁକୁନ୍ଦ ନିଆଲ ଶାନ୍ତି ପାଠ ଓ ଛାତ୍ରୀ ସୁଶ୍ରୀ ସୁନୀତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ବିବେକାନନ୍ଦ ଅଧ୍ୟୟନ କେନ୍ଦ୍ର, ଝାରବନ୍ଧ ସଂଯୋଜକ ଯତୀନ୍ଦ୍ର କୁମାର ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରାଧ୍ୟାପକ ଲଲିତ୍ ମୋହନ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ଦର୍ଶନ ଉପରେ ସାରଗର୍ଭକ ଆଲୋଚନା କରିଥିଲେ । ଅଧ୍ୟାପକ ଗଗନ ବିହାରୀ ଡ଼ନସନାଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ବିଦ୍ୟାଧର ଦାଶ କାର୍ଯ୍ୟକ୍ରମର ସଂଯୋଜନା କରି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ପାଇକମାଲର ଛାତ୍ରୀ ସୁଶ୍ରୀ ଇତିଶ୍ରୀ ସାହୁ ବିଦାୟୀ ସଙ୍ଗୀତ ଗାନ ଓ ଅଲେଖ ସାଗରିଆ ଶାନ୍ତି ମନ୍ତ୍ର ପାଠ କରିଥିଲେ । ସମଗ୍ର ପଦ୍ମପୁର ଉପଖଣ୍ଡର ବିଭିନ୍ନ ମହା ବିଦ୍ୟାଳୟର ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

three × 3 =