pakka

ପୌର ପରିଷଦ ନିର୍ବାଚନ ପାଇଁ ବରଗଡ଼ରେ ଜଣେ ପ୍ରାର୍ଥୀପତ୍ର ଦାଖଲ କଲେ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଆଜି ତୃତୀୟ ଦିନରେ ୱାର୍ଡ କାଉନସିଲର ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥିନୀ ଦୀପାଞ୍ଜଳି ବାଗ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ପୌର ପରିଷଦ ଅନ୍ତର୍ଗତ ୧୭ ନଂ ୱାର୍ଡ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷା ପଦବୀ ପାଇଁ ଆଜି ମଧ୍ୟ କୌଣସି ନାମାଙ୍କନ ପତ୍ର ଦାଖଲ ହୋଇନାହିଁ । ଆଜି ୧୭ ଜଣ ବିଭିନ୍ନ ୱାର୍ଡର କାଉନସିଲର ପଦବୀ ପାଇଁ ଫର୍ମ କିଣିଥିଲେ । ସେହିପରି ଅଧ୍ୟକ୍ଷା ପଦବୀ ପାଇଁ ଆଜି ଆଉ ଦୁଇ ଜଣ ପ୍ରାର୍ଥୀ ଦେବକୀ ଦେହେରୀ ଏବଂ ରୁବି ଅଗ୍ରୱାଲ ଫର୍ମ କିଣିଥିଲେ । ପୂର୍ବରୁ ପ୍ରତିକନା ମଜୁମଦାର ଓ ସସ୍ମିତା ଦାଶ ଫର୍ମ କିଣିଥିଲେ । ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ଦୁଇ ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

five × 1 =

error: Content is protected !!