pakka

ବନ ବିଭାଗ ତରଫରୁ ନିଆଁ ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ

bbehera

ଢେଙ୍କାନାଳ, (ତାପସ ଦାସ) : ବନବିଭାଗ ତରଫରୁ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା କପିଳାସ ବନବିଭାଗ ତରଫରୁ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ଜଙ୍ଗଲରେ କିପରି ନିଆଁ ନ ଲାଗିବ ଏବଂ ଜଙ୍ଗଲ କିପରି ସୁରକ୍ଷିତ ରହିବ ସେଥି ନିମନ୍ତେ ଗୀତ ଓ ସ୍ଲୋଗାନ ଜରିଆରେ ଗ୍ରାମବାସୀଙ୍କୁ ବୁଝାଉଥିଲେ ଯେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଗ୍ରୀଷ୍ମ କାଳରେ ପ୍ରଚଣ୍ଡ ଗରମ ହୁଏ । ଜଙ୍ଗଲର ଛୋଟ ଛୋଟ ଗଛ ଗୁଡିକ ଜଳିଯାଏ ଏବଂ ବନ୍ୟା ଜନ୍ତୁଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ବନ ବିଭାଗ ସେଥିପାଇଁ ଲୋକଙ୍କୁ ବିଭିନ୍ନ ଶୈଳୀରେ ବୁଝାଇ ସଚେତନତାର ବାର୍ତା ଦେଉଛନ୍ତି ଏବଂ ଏହି ପ୍ରୟାସ ଗ୍ରୀଷ୍ମକାଳ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ବନବିଭାଗ ତରଫରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

3 × 1 =

error: Content is protected !!