pakka

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନାମାଙ୍କନ ପତ୍ର ଦାଖଲ କଲେ ସୁଶ୍ରୀ ପଙ୍କଜିନୀ ପ୍ରଧାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ନାରୀନେତ୍ରୀ ସୁଶ୍ରୀ ପଙ୍କଜିନୀ ପ୍ରଧାନଙ୍କୁ ସହରର ଗଳିକନ୍ଦିଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ କିଏ ବା ନ ଜାଣେ । ସେ ଲୋକପ୍ରିୟ ସମାଜସେବୀ ଭାବେ ବେଶ ପରିଚିତ ଚେହେରା । ଚଳିତ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ପଦ୍ମପର ଏନ୍‌ଏସିର ଦୁଇ ନଂ ୱାର୍ଡର ଲୋକଙ୍କ ମୌଳିକ ସମସ୍ୟାକୁ ଆଖି ଆଗରେ ରଖି ୱାର୍ଡରେ ବସବାସ କରୁଥିବା ମା’ ମାଉସୀ ତଥା ଗୁରୁଜନଙ୍କ କହିବା ମୁତାବକ ଆଜି ସେ ସ୍ୱାଧିନ ପ୍ରାର୍ଥିନୀ ଭାବେ ୨ ନଂ ୱାର୍ଡରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କୁ ମିଳିଛି ଶଗଡ଼ଗାଡ଼ିର ଚିହ୍ନ । ଲୋକେ ଶଗଡ଼ଗାଡ଼ିକୁ ଅତୀତରେ ପସନ୍ଦ କରି ଚାଷୀ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ଏପରି କି ବାହାଘର ସମୟରେ ମଧ୍ୟ ବ୍ୟବହାର କରୁଥିଲେ । ଲୋକଙ୍କ ମନରୁ ହଜି ଯାଇଥିବା ଶଗଡ଼ଗାଡ଼ି ଚିହ୍ନ ପାଇ ସେ ଖୁସି ହେବା ସଙ୍ଗେ ସଙ୍ଗେ ଗର୍ବ ଅନୁଭବ କରିଛନ୍ତି । ୨ ନଂ ୱାର୍ଡରେ ବସବାସ କରୁଥିବା ମା ଭଉଣୀ, ଗୁରୁଜନ, ବନ୍ଧୁ ପରିଜନଙ୍କ ଆଶୀର୍ବାଦ ମୋର ଏକମାତ୍ର ସମ୍ବଳ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ସୁଶ୍ରୀ ପ୍ରଧାନ । ନାମାଙ୍କନ ପତ୍ର ଦାଖଲ ସମୟରେ ପଦ୍ମପୁର ଟାଉନର ବିକାଶ ପାଣିଗ୍ରାହୀ, କାଞ୍ଚନ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

ten + ten =