ସାଲିସ ବିହୀନ ଶ୍ରମିକ ନେତା ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀର ଶ୍ରଦ୍ଧାଞ୍ଜଳି

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ଦିବା ଏଗାର ଘଟିକା ସମୟରେ ତାଳଚେର ପ୍ରେସ୍ କ୍ଲବଠାରେ ଏହି ଅଞ୍ଚଳର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଦିବସରେ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଅଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ତାଳଚେର ପ୍ରେସ୍ କ୍ଲବ୍ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ସମୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ନଗରପାଳ ପବିତ୍ର ଭୂତିଆ, ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଗଡ଼ନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ତାଳଚେର ବାର୍ ଆସୋସିଏସନ୍ ସଭାପତି ଦୟା ସାଗର ମିଶ୍ର, ପ୍ରେସ୍ କ୍ଲବ୍ ଉପସଭାପତି ଦେବୀ ମିଶ୍ର ଏବଂ ସମ୍ପାଦକ ରଶ୍ମିରଞ୍ଜନ ମିଶ୍ର ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଖବର ହସ୍ତଗତ ହୋଇଛି ।

jittmm
Leave A Reply

Your email address will not be published.