pakka

ପ୍ରେମିକ ରଚିଲା ଶାରୀରିକ ସଂପର୍କର ନାଟକ : ପ୍ରେମ ବିବାହ ଦାବୀ କଲେ ମାରିଦେବାକୁ ଧମକ, ପ୍ରତାରିତ ପ୍ରେମିକା ଥାନାର ଦ୍ୱାରସ୍ଥ

bbehera

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପ୍ରେମିକାକୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ସ୍ଥାପନ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକ ନିଜ ପ୍ରେମିକାକୁ ଖାଇବା ପାଇଁ ଡାକିବା ବାହାନାରେ ଚାରିଚକିଆ ଯାନରେ ବସାଇ ପ୍ରେମିକ ନିଜ ଘରକୁ ନେଇ ଯିବା ସହ ଶାରୀରିକ ସମ୍ପର୍କ ରଖି ପ୍ରେମିକାକୁ ଅନ୍ୟ ଏକ ଗ୍ରାମକୁ ଆଣି ଛାଡ଼ି ଚାଲି ଯିବା ଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତର ଅନକାମୁରା ଗ୍ରାମର ଗୌରାଙ୍ଗ ବେହେରାଙ୍କ ପୁଅ ଅଜୁ ବେହେରା ଏବଂ ମାଟିଆଭଟା ଗ୍ରାମର ଦୃଣ ସାହୁଙ୍କ ନାବାଳିକା ଝିଅଙ୍କ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା । ନାବାଳିକା ପ୍ରେମିକାଙ୍କ ଅନିଚ୍ଛା ସତ୍ୱେ ପ୍ରେମିକ ଅଜୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲା । ତେବେ ଗତ ୨୩/୮/୨୦୨୧ରେ ସକାଳ ୧୦ ଘଣ୍ଟା ସମୟରେ ନାବାଳିକା ଜଣକ ଧଣ୍ଡାମୁଣ୍ଡା କଲେଜକୁ ପଢି ଆସୁଥିବା ବେଳେ ପ୍ରେମିକା ଅଜୁ ବେହେରା ଏକ ବଲେରୋ ଗାଡ଼ି ନଂ ଓଡି.୦୫ ଏ.୪୨୯୯ରେ ଖାଇଯିବା ବାହାନାରେ ଡ଼ାକିନେଇ ବଲେରୋରେ ବସାଇ ନିଜ ଗାଁ ଅନକାମୁରାକୁ ନେଇ ଶାରୀରିକ ସମ୍ପର୍କ ରଖିଥିବା ନେଇ ପୀଡିତା ଅଭିଯୋଗ କରିଛନ୍ତି । ପରେ ଅଜୁ ଓ ତାଙ୍କ ବାପା ଗୌରାଙ୍ଗ ବେହେରା ମିଶି ବଲେରୋରେ ଆଣି ନିକଟସ୍ଥ କେନ୍ଦୁଭଟା ଗ୍ରାମର ଦେବ ପାତ୍ରଙ୍କ ଘରେ ସକାଳ ୧୦ ଘଣ୍ଟା ସମୟରେ ଛାଡ଼ିଦେଇ ଚାଲିଯାଇଥିଲେ ବୋଲି ପୀଡିତା ତାଙ୍କ ଏତଲାରେ ଅଭିଯୋଗ କରିଛନ୍ତି ।

ପୀଡିତାଙ୍କ ବାପା ମାଁକୁ ପ୍ରାୟ ରାତି ୩ଟା ସମୟରେ ଦେବ ପାତ୍ର ଜଣାଇଥିଲେ ବୋଲି ଏତଲାରେ ଦର୍ଶାଯାଇଥିବା ବେଳେ ଘଟଣାର ଆରଦିନ ପୀଡିତାଙ୍କ ବାପା ମାଁ କେନ୍ଦୁଭଟା ଗ୍ରାମ ଯାଇ ନିଜ ଗ୍ରାମ ମାଟିଆଭଟାକୁ ଆଣି ଏହି ବିଷୟକୁ ଆପୋଷ ସମାଧାନ ପାଇଁ ଆଜି ମାଟିଆଭଟା ଗ୍ରାମରେ ପ୍ରାୟ ୫ଖଣ୍ଡ ଗ୍ରାମର ଲୋକଙ୍କୁ ନେଇ ସଭା କରାଯାଇ ପୀଡିତାକୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଅଜୁକୁ କହୁଯାଇଥିବା ବେଳେ ଅଜୁର ବାପା ଗୌରାଙ୍ଗ ବେହେରା ମନା କରିଦେଇ ମୋର ବଡ଼ ପୁଅ ତୋଷାରକାନ୍ତ ମତେ ଫୋନ୍ କରି କହୁଛି ଯେ ଯଦି ଅଜୁ ପୀଡିତାକୁ ସ୍ତ୍ରୀ ରୂପେ ଗ୍ରହଣ କରେ ତା ହେଲେ ମୁଁ ଦୁହେଁଙ୍କୁ ଗୁଳିକରି ମାରିଦେବି ବୋଲି ସଭାରେ ଗୌରାଙ୍ଗ ବେହେରା ଗାଲିଗୁଲଜ କରିବା ସହ ଧମକ ଦେଇଥିବା ବେଳେ ଶେଷରେ ନ୍ୟାୟ ପାଇବା ପାଇଁ ପ୍ରତାରିତ ନାବାଳିକା ପୀଡିତା ଜଣକ ତାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ସହ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ସହାୟତାରେ ଖପ୍ରାଖୋଲ ଥାନାରେ ଏତଲା ଦେଇଛନ୍ତି । ଖପ୍ରାଖୋଲ ଥାନା କେଶ ନଂ ୧୩୨ ଅଣ୍ଡର ସେକ୍‌ସନ୍‌ ୧୪୫ରେ ଆଇପିସି ୧୮୬୦ ସେକସନ (ଏ) ଦଫା ୩୬୩ ,୪୧୭ ,୩୭୬(୨) ଏନ୍ ,୩୧୩,୫୦୬ରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

8 − two =

error: Content is protected !!