pakka

ଫଟାମୁଣ୍ଡା ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଫଟାମୁଣ୍ଡା ପଞ୍ଚାୟତର ୬୮ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଅନ୍ୟପଟେ ବିଜେଡି ଦଳ ସହ ବହୁ ଯୁବଗୋଷ୍ଠୀ ଆକୃଷ୍ଟ ହୋଇ ସାମିଲ ହେଉଥିବାରୁ ଏକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

eighteen − twelve =

error: Content is protected !!