oum

ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବେ ଗଢିବା ପାଇଁ ଜିଲ୍ଲାସ୍ତରୀୟ ଅଧିକିରୀଙ୍କ ପ୍ରସ୍ତୁତି ବୈଠକ

jsm

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ) ବୌଦ୍ଧରେ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବନଖଣ୍ଡ ଅଧିକାରୀ ତଥା ସଂପାଦକ ଯଶୋବନ୍ତ ସେଠୀ ପ୍ରସ୍ତାବିତ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ), ବୌଦ୍ଧର ପ୍ରତିଷ୍ଠା ସମ୍ବନ୍ଧରେ ବିଶଦ ଭାବରେ ସୂଚନା ପ୍ରଦାନ କରିଥିଲେ ଯାହାକି ହରଭଙ୍ଗା ତହସିଲ ଅନ୍ତର୍ଗତ ପଙ୍କୁଆଳ, ବୀରନରସିଂହପୁର, ଦନ୍ତାପାଲି, ଖଜୁରୀପଡା ଓ ବିରାମଚନ୍ଦ୍ରପୁର ଗ୍ରାମର ୧୫୦୭ ଏକର ରାଜସ୍ୱ ବିଭାଗ ଅଧିନରେ ଥିବା ସରକାରୀ ଜମିରେ ଅବସ୍ଥାପିତ କରାଯିବା ପାଇଁ ଯୋଜନା କରାଯାଇଅଛି । ଏହି ପ୍ରସ୍ତାବିତ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ), ବୌଦ୍ଧ ମାଧ୍ୟମରେ ବୌଦ୍ଧଜିଲ୍ଲାକୁ ପଶ୍ଚିମ ଓଡିଶାର ପ୍ରବେଶପଥ ରୂପେ ସମଗ୍ର ଭାରତ ବର୍ଷରେ ପରିଗଣିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଉଦ୍ୟାନ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥାପିତ କରାଯିବ, ଯାହାକି ୨ ଭାଗରେ ବିଭକ୍ତ ଯଥା ପ୍ରଥମ ଭାଗରେ ବିଭିନ୍ନ ପ୍ରକାରର ଲ୍ୟାଣ୍ଡସ୍କେପିଙ୍ଗ୍‌ କାର୍ୟ୍ୟକ୍ରମ ମାଧ୍ୟମରେ ପରିଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଏବଂ ଦ୍ୱିତୀୟ ଭାଗରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ, ପକ୍ଷୀ, ସରୀସୃପ ଇତ୍ୟାଦି ପରିଦର୍ଶନ କରାଯିବାର ଲକ୍ଷ୍ୟ ରଖାଯାଇଅଛି । ଏହି ପ୍ରକଳ୍ପ ମାଧ୍ୟମରେ ଦେଶ ବିଦେଶରୁ ଆସିଥିବା ଭ୍ରମଣକାରୀମାନଙ୍କ ପାଇଁ ଇକୋ କଟେଜ୍‌ ମାଧ୍ୟମରେ ରାତ୍ରୀଯାପନ କରିବା ପାଇଁ ବ୍ୟବସ୍ଥା କରାଯିବାର ଉଦ୍ଦେଶ୍ୟ ରହିଛି, ଯେଉଁଥିରେ ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସଙ୍ଗେସଙ୍ଗେ ସ୍ଥାନୀୟ ସଂସ୍କୃତି ବିଷୟରେ ଅବଗତ ହେବେ ଏବଂ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶର ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଅଛି । ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ପରିବେଶ ସମିତି ବୌଦ୍ଧ ସମସ୍ତଙ୍କୁ ଅବଗତି କରାଇଥିଲେ ଯେ ପ୍ରକଳ୍ପ ପାଶ୍ୱର୍ବର୍ତ୍ତୀ ଗ୍ରାମର ମହିଳା ଏବଂ ଯୁବପୀଢିଙ୍କୁ ରୋଜଗାରକ୍ଷମ କରାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ ଲୋକମାନଙ୍କ ଦ୍ୱାରା ପରି•ଳିତ କରିବାପାଇଁ ଯୋଜନା କରାଯିବାର ଲକ୍ଷ୍ୟ ରହିଛି । ତତ୍‌ସହିତ ଉପସ୍ଥିତ ଥିବା ସମସ୍ତ ସରକାରୀ ଅଧିକାରୀ ଏବଂ ଜିଲ୍ଲା ପରିବେଶ ସମିତିର ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା କି ଯେପରି ସମସ୍ତଙ୍କର ସହଯୋଗରେ ଏହି ପ୍ରକଳ୍ପ ସଫଳ ରୂପାୟନରେ ପରିଗଣିତ ହେବ ଏବଂ ବୌଦ୍ଧ ଜିଲ୍ଲାକୁ ସାରା ରାଜ୍ୟ ଓ ଦେଶର ପର୍ୟ୍ୟଟନ ମାନଚିତ୍ରରେ ସ୍ଥାନିତ କରାଯାଇପାରିବ । ଏହି ପ୍ରକଳ୍ପରେ ଉଦ୍ଭିଦ ଉଦ୍ୟାନ, ପ୍ରଜାପତି ଉଦ୍ୟାନ, ପ୍ରସ୍ଥର ଉଦ୍ୟାନ, କାକଟସ୍‌ ଉଦ୍ୟାନ, ପ୍ରାକ୍‌ ଇତିହାସ ଉଦ୍ୟାନ, ଜୈବ ବିବିିଧତା ଉଦ୍ୟାନ, ଇଭାଲ୍ୟୁସନ୍‌ ଉଦ୍ୟାନ ଏବଂ ବନ୍ୟଜନ୍ତୁ, ପକ୍ଷୀ, ସରୀସୃପ ଇତ୍ୟାଦିଙ୍କୁ ମୁକ୍ତ ପରିବେଶରେ ଦେଖିବାର ସୁଯୋଗ ସୃଷ୍ଟି କରାଯିବ । ଶେଷରେ ଆର୍କିଟେକ୍‌ ସୁଶ୍ରୀ ସୁମନ ଷଡଙ୍ଗୀଙ୍କ ଦ୍ୱାରା ଏହି ପ୍ରକଳ୍ପିତ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ), ବୌଦ୍ଧର ରେଖାଚିତ୍ର ଉପସ୍ଥାପନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା, ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ସମେତ ଜିଲ୍ଲା ପରିବେଶ ସମିତିର ସଭ୍ୟମାନେ କୋଭିଡ-୧୯ ମାର୍ଗଦର୍ଶିକାକୁ ପାଳନକରି ଉପସ୍ଥିତ ଥିଲେ ।

Leave A Reply

Your email address will not be published.