csstore

ଠିକାଦାରପଡା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ଦୁର୍ଗା ମଣ୍ଡପ ପରିସରରେ ଚଳିତ ବର୍ଷ ୪୯ତମ ସାର୍ବାଜନୀନ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ମହାସମାରୋହରେ ପାଳନ କରାଯିବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପୂଜା ପାଇଁ କମିଟି କର୍ତ୍ତାଚୟନ କରାଯାଇଥିଲା । ସଭାପତି ଭାବେ ପ୍ରବୀଣ ମିଶ୍ର, ଉପ-ସଭାପତି ବିଜୟ କୁମାର ସାହୁ, ସଂପାଦକ ଅନିଲ ପାଣିଗ୍ରାହୀ, ସହ-ସଂପାଦକ ସମିର ମିଶ୍ର, କୋଷାଧ୍ୟକ୍ଷ କଲିଚରଣ ବିଶ୍ୱାଲ, ଆବାହକ ଭାବେ ସୁରେନ୍ଦ୍ର ବାଗ ମନୋନିତ ହୋଇଥିଲେ । ଏହି ବୈଠକରେ ଶ୍ରୀ ବାଗ ପ୍ରଥମେ ସ୍ୱାଗତ ଜଣାଇ ସଭା ପରିଚାଳନା କରିଥିବା ବେଳେ ଉପଦେଷ୍ଟା କମିଟିରେ ଧୃବ ଜୁଏଡ, ସୂର୍ଯ୍ୟ ନାରାୟଣ ମିଶ୍ର, ମଧୁ ବିଶ୍ୱାଲ, ରଂଜିତ ବେହେରା, ମଧୁ ବନଛୋର, ବସୁଦେବ ମହାନନ୍ଦ, ନରେନ୍ଦ୍ର ଜାଲ, ଶେଷଦେବ ଜୁଏଡ, ପ୍ରତ୍ୟୁଷ ଖୁଆସ, ରାଜିବ ସ୍ୱାଇଁ, ଲକ୍ଷୀନ୍ଦ୍ର ସାହୁ, ଦେବା ବରିହା, ଗୋପାଲ ନାଏକ ପ୍ରମୁଖ ରହିଛନ୍ତି । ପୂଜାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ସଭ୍ୟ ମତ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.