csstore

ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଆସନ୍ତା ୩୧ ତାରିଖ ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏଥି ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟକେତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ବୈଠକରେ ପ୍ରତିଷ୍ଠା ଦିବସ ପାଳନର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ବକ୍ତା ମାନଙ୍କୁ ନିମନ୍ତ୍ରଣ ଓ ଅଞ୍ଚଳର ସମସ୍ତ ଗ୍ରାମର ମୁଖ୍ୟ ମାନଙ୍କୁ ନିମନ୍ତ୍ରଣ ସହ ୨ଟି ଫଳକ ଯଥାକ୍ରମେ ପ୍ରତିଷ୍ଠାତା ଓ ଭୂମିଦାନ କରିଥିବା ବଦାନ୍ୟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିବା ପାଇଁ ପ୍ରସ୍ତାବ ଗୃହିତ କରାଗଲା । ଆଗକୁ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ଓ ସୁନ୍ଦର ଭାବରେ ଏହି ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟ ଆଗେଇ ନେବା ପାଇଁ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଉକ୍ତ ସଭାରେ ପ୍ରତିଷ୍ଠାତା ସଦସ୍ୟ ଆର୍ତ୍ତତ୍ରାଣ ଯୋଷୀ, ଅମ୍ବିକା ପ୍ରସାଦ ତ୍ରିବେଦୀ, ସୁନିଲ କୁମାର ପଣ୍ଡା, ରବିନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଶରତ ଚନ୍ଦ୍ର କାଲୋ, ମଦନ ଦିପ, ୟୁଥ୍ କ୍ଲବ ସଭାପତି ରଞ୍ଜନ କୁମାର ପଣ୍ଡା, ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା, ଉମାକାନ୍ତ ସାହୁ, ହେମନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଷ୍ଟାଫ୍ କାଉନସିଲ୍ ସେକ୍ରେଟାରୀ ଅଧ୍ୟାପକ ବାଚସ୍ପତି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.