pakka

ମୁରସିଂହ ଅଭିନବ ଶ୍ରୀକ୍ଷେତ୍ର ସ୍ୱର୍ଣ୍ଣଗଡ଼ରେ ସ୍ନାନଯାତ୍ରା ଓ ରଥଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ଅଭିବନ ଶ୍ରୀକ୍ଷେତ୍ର ସ୍ୱର୍ଣ୍ଣଗଡ଼, ମୁରସିଂହରେ ୨୦୨୨ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତରେ ପହଞ୍ଚିଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁରସିଂହ ପକ୍ଷରୁ କୁହାଯାଇଛି । ଆସନ୍ତା ୧୪ ତାରିଖ ଦିନ ପବିତ୍ର ସ୍ନାନଯାତ୍ରା ଅବସରରେ ଦିନ ୧୦ଟାରେ ପହଣ୍ଡି ବିଜେ ଓ ୧ଟାରେ ସ୍ନାନଯାତ୍ରା ସେହିପରି ଦିନ ୨ଟାରେ ଛେରା ପହରା, ୪ଟାରେ ହାତୀବେଶ ଓ ରାତି ୧୦ଟାରେ ଗମ୍ଭିରାବିଜେ କରାଯିବାକୁ ଲଗ୍ନଧାର୍ଯ୍ୟ କରାଯାଇଛି । ସେହିପରି ଗୁଣ୍ଡିଚା ଯାତ୍ରା ୧ତାରିଖ ଦିନ ୨ଟାରେ ପହଣ୍ଡି ବିଜେ, ୩ଟାରେ ରଥ ବିଜେ ଓ ୪ଟାରେ ଛେରା ପହରା ହେବାକୁ ଚୁଡ଼ାନ୍ତ କରାଯାଇଥିବା ବେଳେ ଅପରାହ୍ନ ୫ଟାରେ ରଥଟଣା ହେବ। ସେହିପରି ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ଲଗ୍ନଧାର୍ଯ୍ୟ ଶେଷ ହୋଇଛି । ୯ତାରିଖ ଦିନ ୨ଟାରେ ପହଣ୍ଡି ବିଜେ, ୩ଟାରେ ରଥ ବିଜେ ୪ଟାରେ ଛେରା ପହରା ଓ ୮ଟାରେ ରଥଟଣା ହେବ । ୧ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ ସମାରୋହରେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

seven + seven =