pakka

ଭୂତିଆରବାହାଲ ମାଲି ସମାଜର ଗ୍ରାମ୍ୟ କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଭୁତିଆରବାହାଲ୍ ଗାଁର ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଦିନ ୧୧ଟା ସମୟରେ ଅକ୍ଷୟ ଚୌଧୁରୀଙ୍କ ଆବାହକତ୍ୱ ଓ କୋଶଲିଆ ମାଲି ସମାଜ ବଲାଙ୍ଗିର ଅଞ୍ଚଳ ସଭାପତିଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସତ୍ୟବାନ୍ ପୁଟେଲ, ବୃନ୍ଦାବନ ସମରଥ, ପ୍ରସନ୍ନ ପୁଟେଲ ଯୋଗ ଦେଇଥିଲେ । ଏହି ସଭାରେ ଗାଁର ମାଲି ସମାଜର ସଭ୍ୟମାନଙ୍କୁ ନେଇ ଏକ ଗ୍ରାମ୍ୟ କମିଟି ଗଠନ କରାଯାଇଛି । ଏହି କମିଟିର ସଭାପତି ନିର୍ମଲ ପୁଟେଲ, ସମ୍ପାଦକ ଚିନ୍ତାମଣି ଚୌଧୁରୀ, ଉପସଭାପତି ଦେବରାଜ ପୁଟେଲ, ସହ ସମ୍ପାଦକ ନିତ୍ୟାନନ୍ଦ ପୁଟେଲ, କୋଷାଧ୍ୟକ୍ଷ ସଞ୍ଜୟ ପୁଟେଲ ଓ ଉପଦେଷ୍ଟା ଭାବେ ନୀଳମଣି ପୁଟେଲ, ଦିଲୀପ ପୁଟେଲ, ଦାମ ପୁଟେଲ, ରବିରାମ ପୁଟେଲ, ନାରେନ୍ ପୁଟେଲ , ଚନ୍ଦ୍ରମଣି ଚୌଧୁରୀ ମନୋନୀତ ହୋଇଥିଲେ ।

Leave A Reply

Your email address will not be published.

10 + 7 =