pakka

ଦେଓଗାଁ ବ୍ଲକରେ ଗୋପାଳଜୀଙ୍କ ପ୍ରତି ଆସ୍ଥା ପ୍ରକାଶ କଲେ ଜନସାଧାରଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଏକ ଅପାରଗ ଓ କଥା କହୁଥିବା ସରକାର ଚାଲିଛି । ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ଚାଲୁଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓଡିଶାରେ ଲାଗୁ କରା ନଯାଇ ସେଇ ଟଙ୍କାରେ କେବଳ ଛାପା ବଦଳାଇ ରାଜ୍ୟ ସରକାର ନିଜର ବାହାବା ନେଉଛନ୍ତି । ତେଣୁ ଓଡିଶାରେ ଡବଲ ଇଞ୍ଜିନ୍‌ ସରକାର ଆସିବା ଦରକାର । ଗତ ୨୫ବର୍ଷର ନବୀନ ସରକାର ଅହଂକାରୀ ହୋଇଯାଇଛି । ତେଣୁ ଏଥର ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପିର ସରକାର ଆଣିବା ପାଇଁ ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଦେଓଗାଁ ଓ ବଲାଙ୍ଗିର ବ୍ଲକର କୁତୁର୍ଲା, କଅଗାଁ, ମୁରସିଂହ, ବରକାନୀ, କୁଡାସିଂହା ଅଞ୍ଚଳରେ ସାଧାରଣ ଜନତାଙ୍କ ସହ ଆଲୋଚନା ବେଳେ ଗୋପାଲଜୀ ଲୋକମାନଙ୍କୁ ସେମାନଙ୍କ ଦ୍ୱାରା ନିର୍ବାଚିତ ନେତାମାନେ କିପରି ନିଜର ବ୍ୟବସାୟ ପାଇଁ ସାଧାରଣ ଜନତାଙ୍କୁ ମିଛ କହୁଛନ୍ତି ତାହା ବୁଝାଇଥିଲେ । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସେ ଆମରଣ ଅନଶନ ଓ ଜଳ ସତ୍ୟାଗ୍ରହ କରୁଥିବା ବେଳେ ପ୍ରକଳ୍ପରୁ କେବଳ ନିଜର ଫାଇଦା ଉଠାଇବାକୁ ଲାଗିପଡିଥିବା କଂଗ୍ରେସ ଓ ବିଜେଡି ନେତା ଏବେ ଏହି ପ୍ରକଳ୍ପର ଶ୍ରେୟ ନେବାକୁ ଲାଗିପଡିଛନ୍ତି । ତେଣୁ ଏପରି ରଂଗବଦଳାଉଥିବା ଓ ମିଛ କହୁଥିବା ଲୋକଙ୍କୁ ପ୍ରତ୍ୟାଖ୍ୟାନ କରିବାର ସମୟ ଆସିଛି ବୋଲିବେ ଲୋକଙ୍କୁ ନିବେଦନ କରିଛନ୍ତି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଶ୍ରେୟ ବିସ୍ଥାପିତ ଲୋକଙ୍କର ଓ ବଲାଙ୍ଗିରର ଜନସାଧାରଣଙ୍କର ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ଗୋପାଳଜୀଙ୍କ ପ୍ରଚାର ବେଳେ ସାଧାରଣ ଲୋକଙ୍କ ଆଗ୍ରହ ଓ ସମର୍ଥନ ବଢୁଥିବାରୁ ବିରୋଧୀ ଶିବିରରେ ଭାଲେଣି ପଡିଥିବା ଅନୁମାନ କରାଯାଉଛି । ଗୋପାଳଜୀଙ୍କ ଏହି ପ୍ରଚାର ସମୟରେ ମଣ୍ଡଳ ସଭାପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ten + 5 =