pakka

ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା । ଖୁବ୍‌ ଉତ୍ସାହର ସହ କଳାକାରମାନେ ନୀତି ପରମ୍ପରା ଅବଲମ୍ବନ କରି ଗତ ରାତିରୁ ରାମଲୀଳା ଅଭିନୟ ଆରମ୍ଭ କରିଛନ୍ତି । ଆଗାମୀ ୨୧ ଦିନ ଧରି ରାମଜୀ ନାଟ୍ୟ ସଂସଦ ପଖ୍ୟରୁ ଜଗନ୍ନାଥପଡ଼ା ନାଟ୍ୟ ମଣ୍ଡପରେ ରାତି ୧୦ଟାରୁ ୧ଟା ପର୍ଯ୍ୟନ୍ତ ରାମଲୀଳା ମଂଚସ୍ଥ ହେବ ବୋଲି ସଭାପତି ବାସୁଦେବ ବେହେରା କହିଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜଗନ୍ନାଥପଡ଼ାରେ ଦେଢ଼ଶହ ବର୍ଷ ତଳୁ ରାମଲୀଳ ମଂଚସ୍ଥ ହୋଇ ଆସୁଥିବା ବେଳେ ବିଭିନ୍ନ କାରଣରୁ କିଛି ବର୍ଷ ଏହା ବନ୍ଦ ହୋଇଯାଇଥିଲା । ନୂତନ କଳାକାରମାନଙ୍କ ଉତ୍ସାହ ଓ ବଲାଙ୍ଗିରବାସୀଙ୍କ ପ୍ରୋତ୍ସାହନରେ ଗତ ୩ ବର୍ଷ ହେଲା ପୁଣି ଆରମ୍ଭ ହୋଇଛି ଚିତ୍ତାକର୍ଷକ ରାମଲୀଳା । ପ୍ରତ୍ୟହ ଶହ ଶହ ଦର୍ଶକଙ୍କ ଭାବପ୍ରବଣ ସମାଗମରେ ରାମଲୀଳା ପ୍ରଦର୍ଶିତ ହେଉଛି । ଏହି ରାମଲୀଳାରେ ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା କଳାକାରମାନଙ୍କୁ ମେକ୍‌ଅପ୍‌ କରିଥାନ୍ତି ମେକ୍‌ଅପ୍‌ ଆର୍ଟିଷ୍ଟ ମନୋରଂଜନ ବେହେରା । ଦୀର୍ଘ ୩୦ ବର୍ଷ ହେଲା ମେକ୍‌ଅପ୍‌ ଦାୟତ୍ୱ ନିର୍ବାହ କରି ଆସୁଥିବା ମନୋରଂଜନଙ୍କ ମନରେ ଅମାପ ଉତ୍ସାହ ଦେଖିବାକୁ ମିଳିଛି । କଳାକାରମାନଙ୍କୁ ମେକ୍‌ଅପ୍‌ କରିବା ବେଳେ ରାମାୟଣର ଚରିତ୍ରମାନଙ୍କୁ ନେଇ ସେ ଭାବବିହ୍ୱଳ ହୋଇଉଠନ୍ତି । ଆଧ୍ୟାତ୍ମିକତା ରସରେ ବୁଡ଼ି ଶ୍ରଦ୍ଧା ଓ ଭକ୍ତିର ସହ ସେ ନିର୍ବାହ କରନ୍ତି ନିଜର ମେକ୍‌ଅପ୍‌ ଦାୟିତ୍ୱ ।

Leave A Reply

Your email address will not be published.

5 × 4 =