
ବରଗଡ, (ମୁନ୍ନା ସାହୁ) : ଏସିସି ସିମେଣ୍ଟ ଫେକ୍ଟ୍ରି ପୁନଃରୁଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଆସନ୍ତା ଅଗଷ୍ଟ ୧୯ରୁ ସିମେଣ୍ଟ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । କାରଖାନା କର୍ତ୍ତୃପକ୍ଷ ଏନେଇ ଗତ ୧୯ ତାରିଖ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟକୁ ଅବଗତ କରିସାରିଛନ୍ତି । ଏହା ଜାଣିବା ପରେ ଅଞ୍ଚଳରେ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ବୁଧବାର ବରଗଡ଼ ନାଗରିକ ମଞ୍ଚ ଆହ୍ୱାନରେ ବିକ୍ଷୋଭ ଶୋଭାଯାତ୍ରା ହୋଇଛି । ଶୋଭାଯାତ୍ରାରେ ବିଭିନ୍ନ ସଂଗଠନ ସାମିଲ ହୋଇଥିବାବେଳେ ସିମେଣ୍ଟ କାରଖାନାକୁ ବନ୍ଦ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
