csstore

ବାଲେଶ୍ୱର ଜିଲ୍ଲାରେ ଛ’ ଜଣ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଜିଲ୍ଲା ଅନ୍ତର୍ଗତ ସହଦେବ ଖୁଣ୍ଟା ଥାନା ପୋଲିସ ରେଳ ଷ୍ଟେସନ ନିକଟରେ ଥିବା ମାଲଗୋଦାମ ଅଞ୍ଚଳରେ ଆଚାନକ ଚଢ଼ାଉ କରି ଛଅ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଚାରିଟି ଅଫୁଟା ଗୁଳି ସହିତ ବୋମା, ତିନିଟି ଖଣ୍ଡା ଓ ଗୋଟିଏ ଠେଙ୍ଗା ପୋଲିସ ଜବତ କରିଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ୱର ଅତିରିକ୍ତ ଏସ୍‌ପି ଦେବଜ୍ୟୋତି ଦାସ ।

jayashree
Leave A Reply

Your email address will not be published.