jayashree

କଣ୍ଟାବାଞ୍ଜିରେ ବିଜେଡିର ପ୍ରଶିକ୍ଷଣ ଶିବିର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ଏସ୍‌ଆଇଆର୍‌ କାର୍ଯ୍ୟକୁ ସୂଚାରୁ ରୂପେ କରିବା ନିମନ୍ତେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୁଧବାର କଣ୍ଟାବାଞ୍ଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବୁଥ୍‌ ସ୍ତର ଏଜେଣ୍ଟଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଯୁବନେତା ଗିରିରାଜ ସିଂ ମାଝୀ ଏନେଇ ନିର୍ବାଚନ ମଣ୍ଡଳୀର ୩୩୫ଟି ବୁଥ୍‌ରେ ଭୋଟର ତାଲିକାରେ ନାମ ଯୋଡ଼ା, କଟା ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଏଜେଣ୍ଟଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଇବା ସହ ଫର୍ମ -୬, ଫର୍ମ -୭, ଫର୍ମ -୮ ଠିକ୍ ଭାବେ ପୂରଣ କରି ବିଏଲ୍‌ଓଙ୍କ ମାଧ୍ୟମରେ ଦାଖଲ କରିବାରେ ଭୋଟରଙ୍କୁ ସହାୟତା କରିବା । କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ନପଡ଼େ ଓ ଅଯୋଗ୍ୟ ନାମ ନଥାଏ, ସେଥିପାଇଁ ବୁଥ୍ ସ୍ତରରେ କଡ଼ା ନଜର ରଖିବା ସଠିକ୍ ଭୋଟର ତାଲିକା ହିଁ ଗଣତନ୍ତ୍ରର ମୂଳ ଉଦ୍ଦେଶ୍ୟ । ପ୍ରତି ବୁଥ୍ ଏଜେଣ୍ଟ ସକ୍ରିୟ ହୋଇ କାମ କଲେ ହିଁ ଆମେ ସୁସ୍ଥ ନିର୍ବାଚନ କରାଇପାରିବା ବୋଲି ବିଜେଡ଼ି ନେତା ଶ୍ରୀ ମାଝୀ କହିଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ବିଜେଡ଼ି ନେତ୍ରୀ ନିରୁପମା ମାଝୀ, ପିଙ୍କି ଖର୍ସେଲ, ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାର ବାରିକ, ବିଜେଡ଼ି ନେତା ଶ୍ରୀଧର ମାଝି, ଧନଞ୍ଜୟ ମାହାନନ୍ଦ, ପ୍ରେମିଶ ଚନ୍ଦ୍ର ବାଗ, ଦୈତାରୀ ଭୋଇ, ତ୍ରିବିକ୍ରମ ବେହେରା, ଅଭିଳାଶ ବଘାର, ଦିଲୀପ ପୃଷ୍ଟି, ଆଶାଦୁଲା ଖାଁ, ଚମ୍ପେଶ୍ୱର ବାଗ, ଆଶିଷ ବେହେରା, ଦେବରାଜ ଯାଦବ, ବିଷ୍ଣୁ ଜୁଏଡଙ୍କ ସହ ଶହ ଶହ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.