
ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତର୍ଜାତୀୟ ଯୋଗ ଦିବସ ଓ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀର ପ୍ରଥମ ପ୍ରାନ୍ତୀୟ ବୈଠକ ଅବସରରେ ଜୁନାଗଡ଼ରେ ଶିଶୁ ଓ ଯୁବ କଳାକାରମାନେ ଯୋଗ ପ୍ରଦର୍ଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ମନ ଜିତିନେଇଥିଲେ । ଯୋଗ ମାଧ୍ୟମରେ ସ୍ୱସ୍ଥ ଜୀବନର ବାର୍ତ୍ତା ଦେଇଥିବାବେଳେ ନୃତ୍ୟ ଓ ନାଟିକା ମାଧ୍ୟମରେ ଭାରତୀୟ ସଂସ୍କୃତି, ନାରୀ ଶକ୍ତି ଓ ସାମାଜିକ ସଚେତନତାର ସନ୍ଦେଶ ପ୍ରଦାନ କରିଥିଲେ । ଶିଶୁମାନେ ବର୍ଷା ଅଗ୍ରୱାଲ (ସମସ୍ତଙ୍କ ପ୍ରିୟ “ବର୍ଷା ମୌସୀ”)ଙ୍କ ମାର୍ଗଦର୍ଶନ ଓ ପ୍ରଶିକ୍ଷଣରେ ଯୋଗ, ସାଂସ୍କୃତିକ ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟକଳାପରେ ନିରନ୍ତର ଭାବେ ଅଗ୍ରଗତି କରୁଛନ୍ତି । ଉପସ୍ଥିତ ଅତିଥି ଓ ପ୍ରତିନିଧିମାନେ ଶିଶୁମାନଙ୍କ ପ୍ରଦର୍ଶନର ଉଚ୍ଚ ପ୍ରଶଂସା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ । ବର୍ଷା ମୌସୀଙ୍କ ମାର୍ଗଦର୍ଶନରେ ଶିଶୁମାନେ ଯୋଗ ଓ ସାଂସ୍କୃତିକ କାର୍ଯ୍ୟକଳାପରେ ପ୍ରତିଭା ପ୍ରଦର୍ଶନ କରିଥିଲେ ।