oom

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜନ ସମ୍ପର୍କ ଯାତ୍ରା

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାୟୀ ପଟ୍ଟା ଓ ଭବାନୀପାଟଣା ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଡିଫାଇନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାରେ ଏକ ବିରାଟ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆମର ଘର, ଆମର ପଟ୍ଟା ସ୍ଲୋଗାନ ନେଇ ବିଭିନ୍ନ ସମୟରେ ବସ୍ତି ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ, ଏବେ ଏହି ଆନ୍ଦୋଳନର ମଙ୍ଗ ଧରିଛି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସଂଗଠନ ଡିଫାଇନ କଳାହାଣ୍ଡି । ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଶହ ଶହ ଲୋକଙ୍କୁ ନେଇ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଜେଲ୍‌ ଛକ ଠାରୁ ଏକ ବିଶାଳ ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଇ ନକଟି ଗୁଡ଼ାରେ ପହଞ୍ଚିବା ପରେ ସେଠାରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଫାଇନ୍‌ କଳାହାଣ୍ଡିର ଅଧ୍ୟକ୍ଷ ମଧୁସୂଦନ ମହାନ୍ତିଙ୍କ ସମେତ ଶହ ଶହ ବସ୍ତି ବାସିନ୍ଦା ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ରାଜ୍ୟ ସରକାର ସମସ୍ତ ବସ୍ତି ବାସିନ୍ଦାଙ୍କ ସମେତ ଯେଉଁ ମାନେ ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି ସେମାନଙ୍କୁ ସେହି ସ୍ଥାନରେ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ନେଇ ଦାବି କରିଥିଲେ । ତେବେ ଏନେଇ ଡିଫାଇନ୍‌ କଳାହାଣ୍ଡିର ଅଧ୍ୟକ୍ଷ ମଧୁସୂଦନ ମହାନ୍ତି କହିଛନ୍ତି ଯେ, ଭବାନୀପାଟଣା ପୌର ପରିଷଦରେ ଅନେକ ସମସ୍ୟା ରହିଛି । ପ୍ରମୁଖ ସମସ୍ୟା ହେଉଛି ଦୀର୍ଘ ବର୍ଷ ଧରି ସରକାରୀ ଜାଗାରେ ରହି ଆସୁଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ଏହାସହ ସହରର ରାସ୍ତା ସମସ୍ୟା ଓ ବିଶେଷ କରି ଟ୍ରାଫିକ୍‌ ସମସ୍ୟାର ସମାଧାନ, ବୁଲା ଗାଈଗୋରୁ ଓ ବୁଲା କୁକୁର ଯୋଗୁ ଉପୁଜୁଥିବା ସମସ୍ୟାର ସମାଧାନ । କଳାହାଣ୍ଡି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ଭଳି ଦାବି ରହିଛି । ଏହି ସବୁ ଦାବିକୁ ନେଇ ଆମେ ସରକାରଙ୍କ ସହ ପ୍ରଥମ ପର୍ଯ୍ୟୟ ଆଲୋଚନା ମଧ୍ୟ କରିଛୁ ଓ ଯଥା ଶୀଘ୍ର ଏହାର ସମାଧାନ ପାଇଁ ଦାବି ମଧ୍ୟ କରାଯିବ, ଅଣ ଓଡ଼ିଆ ଠିକାଦାର ଶ୍ରମିକ କଳାହାଣ୍ଡିର ବିଭିନ୍ନ ଅଫିସ ଓ ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ରାଜୁତି କରୁଛନ୍ତି, ଫଳରେ ସ୍ଥାନୀୟ ଲୋକେ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଥିବା ବେଳେ, ବ୍ୟବସାୟୀ ମାନେ ମଧ୍ୟ ବଞ୍ଚିତ ହେଉଛନ୍ତି । କିଛିଦିନ ତଳେ ବେଦାନ୍ତ କଷ୍ଟିକ ପଣ୍ଡ ଭୁଶୁଡ଼ି ଅନେକ କ୍ଷୟକ୍ଷତି ହୋଇଥିବା ବେଳେ, କମ୍ପାନୀ ଏଥିପ୍ରତି ନୀରବ ଦ୍ରଷ୍ଟା ସାଜିଥିବା ସହ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ମୁହଁ ଫେରାଇ ନେଉଥିବାରୁ କମ୍ପାନୀକୁ ଆମେ ୧୦ ଦିନର ସମୟ ଦେଇଛୁ, କମ୍ପାନୀ ନିକଟରେ ଦାବି ମଧ୍ୟ ଉପସ୍ଥାପନ କରିଛୁ । ୧୦ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଏକ ବିଶାଳ ବିକ୍ଷୋଭ ସଭା ଲାଞ୍ଜିଗଡ଼ ଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.