ମାତୃ ଦିବସରେ ‘ସମର୍ପଣ’ ପକ୍ଷରୁ ୩୦ ଜଣ ମହିଳାଙ୍କୁ ନୂତନ ବସ୍ତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମର୍ପଣ ପକ୍ଷରୁ ବିଶ୍ୱ ମାତୃ ଦିବସ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ଥାନୀୟ ନୟାବଜାର ସ୍ଥିତ ଲେପର୍ଶୀ କଲୋନୀରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଏମ୍‌.ଡି ସାଜାଦ, ସଭାପତି ଝୁନୁ ନାୟକ, ସମ୍ପାଦକ ଇନ୍ଦ୍ରଜିତ ସିଂ ପ୍ରମୁଖ ଆୟୋଜନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ମୋହିତ ପ୍ରସାଦ ଓ ତାଙ୍କ ଟିମ୍‌ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅଞ୍ଜୁ କକ୍କଡ, ଡ଼. ମଞ୍ଜୁ ମେହେର, ଆଇନଜୀବୀ ରେଖା ଗୁପ୍ତା, ରାଜଲକ୍ଷ୍ମୀ, ହେମା ଗୁପ୍ତା, ସୁନୀଲ ମଣ୍ଡଳ, ନମିତା ନାୟକ, ଲୀନା ରାଉତ, ପ୍ରାଞ୍ଜଳି ନାଗ, ଅର୍ଚ୍ଚନା ସେଠୀ, ଗ୍ରେସୀ ଡେଭିଡ୍‌ ପ୍ରମୁଖ ଯୋଗ ଦେଇଥିଲେ । ଲେପର୍ଶୀ କଲୋନୀର ୩୦ ଜଣ ମହିଳାଙ୍କୁ ଅନୁଷ୍ଠାନ ପକ୍ଷରୁ ନୂତନ ଶାଢ଼ୀ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା । ସମ୍ପୃକ୍ତ ହିତାଧିକାରୀ ମହିଳାଙ୍କ ସମେତ ଉପସ୍ଥିତ ବାସିନ୍ଦାମାନେ ଖୁସି ବ୍ୟକ୍ତ କରିବା ସହ ଅନୁଷ୍ଠାନର ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମର୍ପଣ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

five × one =