ପୁଣି କରୋନା ନେଲା ଜୀବନ : ଯୁବ ସାମ୍ବାଦିକ ପ୍ରବୀର ଆଉ ନାହାନ୍ତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନିଷ୍ଠୁର କରୋନା ଜୀବନ ନେବାରେ ଥକୁନି । ପୁଣି ଏକ ମୂଲ୍ୟବାନ ଜୀବନ ନେଇଛି । ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ(୩୫) ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ହାନୀ ଘଟିଛି । ସୂଚନାଯୋଗ୍ୟ ଯେ, ଏଇ କିଛି ଦିନ ଦଳେ ପ୍ରବୀରଙ୍କ ବାପା କରୋନାର କଷାଘାତରେ ଆରପାରିକୁ ଚାଲିଯାଇଥିବା ବେଳେ ଏବେ ପ୍ରବୀରଙ୍କ ମଧ୍ୟ ଦେହାନ୍ତ ଘଟିଛି । ତାଙ୍କ ପରିବାର ପାଇଁ ସତେ ଯେମିତି କାଳ ରୂପୀ କରୋନା ଆହୁରି ନିଷ୍ଠୁର ହୋଇଯାଇଛି । ପ୍ରବୀର ଜଣେ କ୍ରାଇମ୍‌ ରିପୋର୍ଟର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲେ । ଅତି କମ୍‌ ବୟସରୁ ତାଙ୍କର ସାମ୍ବାଦିକତାରେ ବେଶ୍‌ ପରିପକ୍ୱତା ରହିଥିବା ଅନୁମାନ କରାଯାଉଥିଲା । ତେବେ ତାଙ୍କ ପରଲୋକରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.