ପୌରଅଧ୍ୟକ୍ଷାଙ୍କ ଉଦ୍ୟମରେ ସହରରେ ଲାଗିଲା ସର୍ଭିଲେନ୍ସ କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ସିଙ୍ଗନାଲ ଲାଇଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକାଶ ପଥରେ ବଲାଙ୍ଗିର ସହର । ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଉଦ୍ୟମରେ ସହରର ଆର୍‌ଟିଓ ଛକ ଓ ମହିଳା ମହାବିଦ୍ୟାଳୟ ଛକ ଠାରେ ଠାରେ ସର୍ଭିଲେନ୍ସ କେମେରା ସହ ଟ୍ରାଫିକ ନିୟନ୍ତ୍ରଣ ସିଙ୍ଗନାଲ ଲାଇଟ୍‌ ଲାଗିଥିବା ବେଳେ ଏହି ସ୍ଥାନକୁ ଆଜି ପରିଦର୍ଶନ କରି ନିରୀକ୍ଷଣ କରିଥିଲେ ପୌରଅଧ୍ୟକ୍ଷା ଶ୍ରୀମତୀ ସାହୁ । ଏହା ସହ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହିତ ଆଲୋଚନା କରି କୋଶଳ କଳାମଣ୍ଡପ ଓ ନୂତନ ବସଟର୍ମିନାଲ ଅଞ୍ଚଳରେ ଅପରାଧ, ଦୁର୍ଘଟଣା ଓ ଜନତାଙ୍କ ସୁରକ୍ଷା ପାଇଁ ସର୍ଭିଲେନ୍ସ କେମେରା ଓ ବିକ୍ରମ ଛକ ଠାରେ ନୂତନ ଭାବରେ ଟ୍ରାଫିକ ନିୟନ୍ତ୍ରଣ ସିଙ୍ଗନାଲର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପୌରାଅଧ୍ୟକ୍ଷା ଶ୍ରୀମତୀ ସାହୁ ।

Leave A Reply

Your email address will not be published.