pakka

ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରମତୀ ସୁବାସିନୀ ନନ୍ଦ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅଂଶଗ୍ରହଣ କରି ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟ ସଭାପତି ସନ୍ତୋଷ କୁମାର ପାଢ଼ୀ ଓ ପ୍ରଧାନ ଶିକ୍ଷକ ତରଣୀସେନ ଦଣ୍ଡସେନାଙ୍କ ସମେତ ପରିଚାଳନା କମିଟି ସଭ୍ୟ ସଞ୍ଜୟ ସାହୁ, ରତିକାନ୍ତ ସାହୁ, ପୁଷ୍ପା ସାହୁ, ମିନାକ୍ଷୀ ହଂସ, ଭାଗ୍ୟଶ୍ରୀ ସାହୁ, ଚନ୍ଦ୍ରଶେଖର ସାହୁ, ୱାର୍ଡ ମେମ୍ବର ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × four =