pakka

ଗଞ୍ଜାମ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ଉଦ୍‌ଯାପିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜିଲ୍ଲା ମହାକୁମାସ୍ଥ ଡିଆରଡିଏ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୩ ଉଦ୍‌ଯାପନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପୋଷଣର ଆବଶ୍ୟକତା ରହିଛି ଏବଂ ଗର୍ଭବତୀଙ୍କ ସହ ଛୁଆ ଓ କିଶୋରୀମାନଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ଦେଇ ସୁସ୍ଥ ରଖିବା ଆବଶ୍ୟକ ବୋଲି ମତ ପୋଷଣ ହୋଇଥିଲା । ଶ୍ରେଷ୍ଠ ସିଡିପିଓ ଭାବେ ଶେରଗଡ ସିଡିପିଓ ପ୍ରଥମ, ରଙ୍ଗେଇଲୁଣ୍ଡା ସିଡିପିଓ ଦ୍ୱିତୀୟ ଓ ଗଞ୍ଜାମ ସିଡିପିଓ ତୃତୀୟ ଭାବେ ପୁରସ୍କୃତ ହୋଇଛନ୍ତି । ମିଶନ ଶକ୍ତିର ସଫଳ ରୂପାୟନ ପାଇଁ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି ବୋଲି କୁହାଯାଇଛି । ଏନେଇ ମିଶନ ଶକ୍ତିର ଡିପିସି ଶାଶ୍ୱତ ସାହୁଙ୍କୁ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ସ୍ତରରୁ ପୁରସ୍କାର ସହ ସମ୍ବର୍ଦ୍ଧିତ ହୋଇଛନ୍ତି । ଯାହାକି ପୋଷଣ କାର୍ଯ୍ୟକ୍ରମ ଏବଂ ମହିଳା ଓ ଶିଶୁ ବିକାଶ ଯୋଜନାର ସଫଳ ରୂପାୟନ ପାଇଁ ସିଡିପିଓ, ମା’ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ସହାୟିକା, କିଶୋରୀ, ସୁସ୍ଥ ପୁତ୍ର କନ୍ୟା ଏବଂ ଅଧିକାରୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅବିଦା ପରବିନ୍ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

jay balangir
Leave A Reply

Your email address will not be published.

9 + four =

error: Content is protected !!