ଝାରବନ୍ଧରେ ଗିରି ଗୋବର୍ଦ୍ଧନ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଯାଦବ ସମାଜର ଗିରି ଗୋବର୍ଦ୍ଧନ ପୂଜା ପାଇଁ ଶନିବାର ଦିନ ୩ଘ ସମୟରେ କଳସ ଯାତ୍ରା ହୋଇ ଯାଇଛି । କରୋନା ମହାମାରୀ କୁ ଆଖି ଆଗରେ ରଖି ମାତ୍ର ୫୧ ଜଣ କଳସ ଧାରୀଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କୁ ସେନିଟାଜର ହାତ ଧୁଆ ପରେ ମାକ୍ସ ଧାରଣା କରି ଦୁର୍ଗା ମଣ୍ଡପରୁ ପୋଖରୀ ପର୍ୟ୍ୟନ୍ତ ଯାଇଥିଲେ । ପୂର୍ବ ବର୍ଷ ପରୀ କର୍ତ୍ତା ଭାବେ ଭୁବନ ବାଗ ଓ ଧର୍ମପତ୍ନୀ ସନ୍ଧ୍ୟା ବାଗ ଥିବାବେଳେ, ସର୍ବ ଶ୍ରୀ ମୀନ ବାଗ, ଉମେଶ ବନଛୋର, ଗୁଣମଣି ବନଛୋର, ଭଗବାନ ବାଗ କାର୍ୟ୍ୟକର୍ତ୍ତା ଭାବେ ଅଛନ୍ତି । ସହଯୋଗକାରୀ ସରପଞ୍ଚ ଧନମତି ପାଣ୍ତେ, ମିଳନ ପାଣ୍ତେ, ଟୁକୁ ବନଛୋର, ମୋଟଳ ବାଗ, ହେମଚନ୍ଦ୍ର ବନଛୋର, ଭରତ ସାଗରିଆ ଏବଂ ଗ୍ରାମର ତଥା ବିଭିନ୍ନ ପଞ୍ଚାୟତରେ ଯାଦବ ବନ୍ଧୁମାନେ ଅଛନ୍ତି । ଏହି ପୂଜା ଶନିବାର, ରବିବାର, ସୋମବାର ୩ଦିନ ବ୍ୟାପି ହେବ । ସରକାରଙ୍କ ଆଦେଶକୁ ମାନି ସାଂସ୍କୃତିକ କାର୍ୟ୍ୟକ୍ରମ ରଖାଯାଇ ନଥିଲେ ମଧ୍ୟ ଭୋଜନ ବା ଅନ୍ନକୁଟ ରଖାଯାଇଛି ।

Leave A Reply

Your email address will not be published.