ସିଧା ହୋଇ ବସନ୍ତୁ ଓ ସୁସ୍ଥ ରୁହନ୍ତୁ

ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ବିଶ୍ରାମ ନେବା ବିଶେଷ ମହତ୍ତ୍ୱ ରଖେ । ଏହାର ଅନେକ ଦିଗ ଅଛି । ଆମେ ବର୍ତ୍ତମାନ ଏହାର କେବଳ ଗୋଟିଏ ଦିଗ ଉପରେ ବିଚାର କରାଯାଉ । ଶରୀରର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ଛାତି ଏବଂ ପେଟରେ ଥାଏ । ଏହି ସମସ୍ତ ଅଂଶକୁ ନଟ୍‌ ବୋଲ୍ଟ ସହିତ ଗୋଟିଏ ସ୍ଥାନରେ ସ୍ଥିର କରାଯାଇ ନାହିଁ । ଏହି ସମସ୍ତ ଅଙ୍ଗଗୁଡ଼ିକ ଖାଲି ଶୃଙ୍ଖଳିତ ଭାବରେ ଝୁଲି ରହିଛି । ଯଦି ମେରୁଦଣ୍ଡକୁ ସିଧା ରଖିବାର ଅଭ୍ୟାସ କରନ୍ତି, ତେବେ ଏହି ଅଙ୍ଗଗୁଡ଼ିକ ସର୍ବାଧିକ ଆରାମ ପାଇପାରିବା ସହିତ ଦେହ ସୁସ୍ଥ ରହିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରନ୍ତି ।


ଆଧୁନିକ ଚିନ୍ତାଧାରା ଅନୁଯାୟୀ, ବିଶ୍ରାମ ଅର୍ଥ ପଛକୁ ବସିବା କିମ୍ବା ନଇଁବା । କିନ୍ତୁ ଏହି ଉପାୟରେ ବସିବା ଶରୀରର ଅଙ୍ଗ ଉପରେ କେବେ ବି ଉଚିତ ପ୍ରଭାବ ପଡେ଼ ନାହିଁ । ଏହି ପରିସ୍ଥିତିରେ ଶରୀରର ଅଙ୍ଗଗୁଡ଼ିକ ଠିକ୍‌ ଫୁର୍ତ୍ତି ରହି କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରନ୍ତି ନାହିଁ । ବିଶେଷତଃ ଯେତେବେଳେ ପେଟପୂରା ଖାଦ୍ୟ ଖାଇବା ପରେ ଆରାମ ଚେୟାର ଉପରେ ବସି ପଡ଼ିଥାଉ, ତାହା ହଜମ୍‌ କ୍ରିୟା ଉପରେ ପ୍ରଭାବ ପକାଇଥାଏ । ଆଜିକାଲି ଅନେକେ ଯାତ୍ରା ସମୟରେ ଏକ ଆରାମଦାୟକ ଚେୟାରରେ ବସି କାରରେ ହଜାର ହଜାର କିଲୋମିଟର ଦୂର ଯାତ୍ରା କରୁଥିବା ବେଳେ ଏହା ବି ଶରୀର ଉପରେ ଠିକ୍‌ ପ୍ରଭାବ ପକାଏ ନାହିଁ । ଏହାଦ୍ୱାରା ହୁଏତଃ ନାଟକୀୟ କ୍ଷତିର ସାମ୍ନା କରିବାକୁ ପଡ଼ିପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି ।


ଶରୀରକୁ ସିଧା ରଖିବା ଅର୍ଥ ଏହା ନୁହେଁ ଯେ ଆମେ ବିଶ୍ରାମ ପସନ୍ଦ କରୁନାହୁଁ । କିନ୍ତୁ ଏହାର ସରଳ କାରଣ ହେଉଛି ଯେ ଏହାଦ୍ୱାରା ସଠିକ୍‌ ଆରାମ ମିଳେ ଓ । ମେରୁଦଣ୍ଡକୁ ସିଧା ରଖିବା ସମୟରେ ମଧ୍ୟ ଆମେ ଆମର ମାଂସପେଶୀକୁ ଆରାମଦାୟକ ରଖିବାର ଅଭ୍ୟାସ କରିପାରିବ । କିନ୍ତୁ ଅପରପକ୍ଷେ, ଯେତେବେଳେ ଆମେ ଆରାମରେ ବସିବା ନାମରେ ବଙ୍କା ହୋଇ ବସୁ ଏହାଦ୍ୱାରା ମାଂସପେଶୀ ତଥା ମେରୁଦଣ୍ଡ ବଙ୍କା ହୋଇଯାଏ, ଏହାଦ୍ୱାରା ଆମ ଶରୀରର ବିଭିନ୍ନ ଅଂଶକୁ ଆରାମ ଦେବା ବଦଳରେ କଷ୍ଟ ଦେଇଥାଉ ।

Leave A Reply

Your email address will not be published.

20 − 5 =