ଦୀପାବଳି ପୂର୍ବରୁ ସୀମାରେ ଗୁଳି ବିନିମୟ : ୩ ଭାରତୀୟ ଓ ୪ ପାକିସ୍ତାନୀ ସୈନିକ ନିହତ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ପରସ୍ପରକୁ ନିୟନ୍ତ୍ରଣ ଲାଇନ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି । ଭାରତୀୟ ସେନା କହିଛି ଯେ ଜାମ୍ମୁ କାଶ୍ମୀରର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ନିକଟରେ ଥିବା ଗୁରେଜ ଏବଂ ଉରି ସମେତ ଅନେକ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ଶୁକ୍ରବାର ଦିନ ଗୁଳି ଚଳାଇଛି ।
ପାକିସ୍ତାନ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି । ପାକିସ୍ତାନର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ମୁଜାଫରବାଦ) ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତୀୟ ସେନା ଶୁକ୍ରବାର ଦିନ ନୀଲମ୍‌ ଏବଂ ଜେଲମ୍‌ ଭ୍ୟାଲି ଜିଲ୍ଲାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।
ଭାରତୀୟ ସେନା ଅନୁଯାୟୀ ଦୀପାବଳି ପୂର୍ବରୁ ସୀମାରେ ଗୁଳି ବିନିମୟରେ ତିନିଜଣ ଭାରତୀୟ ସୁରକ୍ଷା ବାହିନୀ ସମେତ ଅତି କମରେ ୬ ଜଣଙ୍କ ମୃତ୍ୟୁ ଖବର ରହିଛି । ଭାରତୀୟ ସୁରକ୍ଷା ବଳର ତିନିଜଣ ସଦସ୍ୟ ଆହତ ମଧ୍ୟ ହୋଇଛନ୍ତି । ଏଥିସହିତ ୪ ପାକିସ୍ତାନୀ ସୈନିକଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଖବରରେ କୁହାଯାଇଛି ।

Leave A Reply

Your email address will not be published.