ls

ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ

2020

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ୬୭୦ଟି କେନ୍ଦ୍ରରେ ୧୩୪୦ ଜଣ ‌ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ୫ ବର୍ଷରୁ କମ ବୟସ୍କ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇ ଥିଲେ । ୧୫ ଲକ୍ଷ ୮୯ ହଜାର ୮୫୬ ଜନ ସଂଖ୍ୟା ବରଗଡରେ ୩ ଲକ୍ଷ ୩୧ହଜାର ୭୭୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବା ବେଳେ ଏଥିପାଇଁ ୨୮୯୭ ଜଣ ମେଡିକାଲ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି । ଆସନ୍ତା କାଲିଠାରୁ ଦୁଇଦିନ ଧରି ଘରକୁ ଘର ବୁଲି ପୋଲିଓ ବୁନ୍ଦା ପ୍ରଦାନ କରିବେ । ଏଥିପାଇଁ ୧୩୦ ଜଣିଆ ତଦାରଖ ଦଳ ଗଠନ କରାଯାଇଛି । ଏମାନଙ୍କୁ ମନିଟରିଙ୍ଗ କରିବା ପାଇଁ ୯ ଜଣିଆ ଦଳ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି ।

Leave A Reply

Your email address will not be published.