ବଲାଙ୍ଗିର ଜିଲ୍ଲା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପରିସରରେ ଜାତୀୟ ପୋଲିଓ ଦିବସର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଟୀକାକରଣ ପୋଲିଓ ଦିବସ । ବଲାଙ୍ଗିର ଜିଲ୍ଲା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପରିସରରେ ଜାତୀୟ ପୋଲିଓ ଦିବସର ଶୁଭାରମ୍ଭ କରାଯାଇଛି । ଏହି ପରିପେକ୍ଷିରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଚଂଚଳ ରାଣା ଏବର୍ଷର ଜିଲ୍ଲା ପୋଲିଓ ଅଭିଯାନକୁ ଉଦଘାଟନ କରି ପାଞ୍ଚ ବର୍ଷରୁ କମ ଶିଶୁମାନଙ୍କୁ ପୋଲିଓ ଖୁଆଇଥିଲେ । ଉପରୋକ୍ତ କାର୍ୟ୍ୟକ୍ରମ ପରିପେକ୍ଷିରେ ଜିଲ୍ଲାପାଳ ପୋଲିଓ ଅଭିଯାନ ସମ୍ବନ୍ଧରେ କହିଲେ, ଦିନ ଥିଲା ପୋଲିଓ ରୋଗ ଏକ ମହାମାରୀ ପରି ବ୍ୟାପି ଚାଲିଥିଲା । ଜୀବନ ନେଉନଥିବା ଭଳି ବିକଳାଙ୍ଗ କରି ଦେଉଥିଲା ମଣିଷଙ୍କୁ । ପରେ କ‌ରୋନା ପରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଥିଲା ଟୀକାଦାନ ଅଭିଯାନ । ଯାହାକି ରୋଗ ନିୟନ୍ତ୍ରଣରେ ସକ୍ଷମ ହୋଇଛି । ତଥାପି ଆଜି ଲୋକେ ଏହାକୁ ନେଇ ସଂପୂର୍ଣ୍ଣ ସଚେତନ ହୋଇନାହାନ୍ତି । ଫଳରେ ଜିଲ୍ଲାର ସଫଳତା ଶତ ପ୍ରତିଶତ ଛୁଇଁପାରୁନଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ପ୍ରାୟ ପ୍ରତି ଗାଁରେ ଗୋଟିଏ ଦିନ ପୋଲିଓ ବୁଥରେ ଟୀକାଦାନ ହୋଇଥିବା ବେଳେ ଅନ୍ୟ ଦୁଇ ଦିନ ଆଶା, ଅଙ୍ଗନୱାଡିକ କର୍ମୀ ଓ ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଆଜି ଠୁଁ ଟୀକା ପ୍ରଦାନ କରିବେ । ଏହି ଅଭିଯାନ ବର୍ଷକୁ ୩ ଦିନ ଧରି ଅନୁଷ୍ଠିତ ହେଉଥିଲେ ବି ଅନେକ ‌ଲୋକ ଟୀକା କର୍ମଚାରୀଙ୍କ ଘରକୁ ବାରଣ କରୁଥିବା ବେଳେ ପୋଲିଓ ବୁଥକୁ ଆସୁନାହାନ୍ତି । ଏପରିକି ପୋଲିଓ ଦ୍ବାରା ଶିଶୁ ଅସୁସ୍ଥ ହେବା ଭୟରେ ଅନେକ ଏଥିରୁ ନିବୃତ ରହୁଛନ୍ତି । ତେଣୁ ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ପରିବାରର ପାଞ୍ଚ ବର୍ଷରୁ କମ ଛୋଟ ଶିଶୁ ମାନଙ୍କୁ ସାମିଲ କରି ଅଭିଯାନକୁ ବଳିଷ୍ଠ କରିବା ଆବଶ୍ୟକ ରହିଛି । ତେଣୁ ଏହାକୁ ସମସ୍ତ ପରିବାର ମାନଙ୍କ ସହଯୋଗ କରିବା ଆବଶ୍ୟକ ବୋଲି ଘୋଷଣା କରିଥିଲେ । ଉକ୍ତ ଅଭିଯାନ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା, ଡ଼ା ସୁଭାଶିଷ ମହାନ୍ତି (Jont director VBD Nodal officer for IPPI) ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଭୀମ ସାହୁ DPM-NHM ସଞ୍ଜୟ ମୁଣ୍ଡ, ଡ଼ା. ସୁଧା ଵାଲା (ADMO), ଡ଼ା ସତୀଶ ପତି (DPHO), ଗୁରୁଦେବ କୁମ୍ଭାର (DM.RCH), ରାମାନୁଜ ପଣ୍ଡା (APM. NHM), ସତ୍ୟ ରଞ୍ଜନ ମିଶ୍ର (ନିର୍ଦେଶକ)ନାସନାଲ ପିସ ୟୁନିସନ, ରବି ରଞ୍ଜନ ପୂଜାରୀ (Chairman.NPU), ଡ଼ା ସ୍ୱାଧୀନ ମିଶ୍ର (ସ୍ତ୍ରୀ ଓ ପଶୁତି ବିଶେଷଜ୍ଞ୍ ତଥା ମେଡିକାଲ ଅଫିସର (ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ) ଓ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ଗଣ ତଥା ଶ୍ରୀ ଗୌରବ ପଧାନ, ନାଫିସା କୁମାର, ଭାଗ୍ୟ ପଧାନ, ଡ଼ା ଦୀକ୍ଷା ପୁରୋହିତ, ଯତୀନ ପାଶୟତ ଇତ୍ୟାଦି ଅଭିଯାନ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.