
ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଗହମ ନିକଟସ୍ଥ ସମକୋଈ ପୋଲ ବିପଦ ମୁହାଁ ହୋଇପଡିଥିଲା । ପୋଲକଡରେ ଥିବା ସୁରକ୍ଷା ବାଡ଼ ଅଧାରୁ ଅଧିକାଂଶ ଭାଙ୍ଗିଯାଇଛି । ପୋଲ ଉପରେ ଥିବା ସନ୍ଧି ଗୁଡିକ ଖୋଲି ହୋଇଯାଇଥିଲା । ଅପରପକ୍ଷେ ସୁରକ୍ଷା ବାଡ଼ ଭାଙ୍ଗି ଯାଇଥିବାରୁ ଯାନବାହାନ ପ୍ରତି ବିପଦ ଥିବା ଅଞ୍ଚଳବାସୀ କହୁଥିଲେ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଯାତ୍ରୀ ଯିବା ଆସିବା କରନ୍ତି । ସମାକୋଈ ନଦୀ ଗଭୀର ଓ ପଙ୍କୁଆ ହୋଇଥିବାରୁ ପୋଲ ତଳକୁ ଗାଡି ଖସିଲେ କେହି ଯେ ନ ମରିବେ ତାହା କହି ହେବ ନାହିଁ ବୋଲି କୁହନ୍ତି ଅଞ୍ଚଳବାସୀ । ଏହି ପୋଲର ରକ୍ଷଣାବେକ୍ଷଣା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରୁଥିବା ଖବର କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହି ଖବରକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଅନୁଗୁଳ ଜିଲ୍ଲାପାଳ, ପୂର୍ତ୍ତ ବିଭାଗ, ନବୀନ ଓଡିଶା, ଓଡିଶା ଗଭରନରଙ୍କୁ ଅଭିଯୋଗ କରି ଏହି ଠାରେ ନୂତନ ପୋଲଟିଏ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ । ଏହାର ପ୍ରଭାବରେ ଗତ କିଛିଦିନ ତଳେ ଏକ ପ୍ରତିନିଧି ଦଳ ପହଂଚି ଏହାର ଯାଞ୍ଚ କରିଥିଲେ ଓ ସେହି ଜାଗାର ମାଟି ନେଇ ପରୀକ୍ଷାଗାରକୁ ପଠାଯାଇଥିବା ସୂଚନା ଦେଇଛନ୍ତି । ସୋମକୋଈ ପୋଲଠାରେ ଖୁବ ଶୀଘ୍ର ଏକ ନୂତନ ପୋଲ ନାବାର୍ଡ ସହାୟତାରେ ନିର୍ମାଣ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସେହିପରି ପୋଲ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ପୁରୁଣା ପୋଲରେ ଲୋକେ ଅସ୍ଥାୟୀ ଭାବରେ ଯିବା ଆସିବା କରିବେ । ସମକୋଈ ପୋଲଠାରେ ନୂତନ ପୋଲ ନିର୍ମାଣ ହେବାର ଖବର ଶୁଣି ଅଞ୍ଚଳବାସୀ ଖୁସି ହୋଇ ଉଠିଛନ୍ତି ଓ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କ ଏହି ପ୍ରୟାସକୁ ସାଧୁବାଦ ଜଣେଇବା ସହ ପ୍ରଶଂସା କରିଛନ୍ତି ।