ଦୁଇ ଦିନ ମଧ୍ୟରେ ପୁନଃ ଉଦ୍ଧାର ହେବ ବାଲିସାହି ପୋଖରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହିରେ ଦୀର୍ଘ ବର୍ଷ ହେବ ପୋଖରୀର ପଙ୍କ କାଦୁଅ ପୁନଃ ଉଦ୍ଧାର ହୋଇନାହିଁ । ଯାହା ଫଳରେ ଉକ୍ତ ପୋଖରୀଟି ଶୁଖି ଫାଟି ପଡ଼ିରହିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନର ତତ୍‌ପରତା ପ୍ରକାଶ ପାଇଛି । ମଙ୍ଗଳବାର ତହସିଲଦାର ଅରୁଣ କୁମାର ନାୟକ ଓ ଏନ୍‌ଏସି ଇଓ ଅବିନାଶ ମିଶ୍ର ବାଲିସାହି ଯାଇ ଶୁଖି ଫାଟି ପଡ଼ିଥିବା ପୋଖରୀ ବୁଲି ଦେଖିବା ସହ ସାହି ଲୋକଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଦୁଇ ଦିନ ମଧ୍ୟରେ ପୋଖରୀ ଖନନ ପାଇଁ ଇଓ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତହସିଲଦାର । ଏଥିସହ ସେଠାରେ ଶିଶୁ ଉଦ୍ୟାନ ସହ ଓପେନ ଜିମ୍‌ ନିର୍ମାଣ ପାଇଁ ଏନ୍‌ଏସି ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି ବୋଲି ଇଓ ମିଶ୍ର ସୂଚନା ଦେଇଛନ୍ତି । ବର୍ଷା ଦିନ ପୂର୍ବରୁ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ତହସିଲଦାର ପ୍ରତିଶୃତି ଦେବା ପରେ ସାହି ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଇଓ, ତହସିଲଦାରଙ୍କ ଅନୁଧ୍ୟାନ ବେଳେ ସାହିର ସୁରେଶ କୁମାର ନାୟକ, ପ୍ରଶାନ୍ତ ନାୟକ, ବାବୁ ନାୟକ, ଦୁର୍ଗା ନାୟକ, ମହେଶ ନାୟକ, ରୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × two =