ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ପିତୃ ବିୟୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତା ଗୌରୀଶଙ୍କର ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଛି। ସେ କିଛି ଦିନରୁ ବୃଦ୍ଧାବସ୍ଥା ଯୋଗୁଁ ପୀଡ଼ିତ ଥିଲେ । ଆଜି ଟିଟିଲାଗଡର ହାଟପଦାପଡା ସ୍ଥିତ ତାଙ୍କ ବାସଭବନରେ ୯୬ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି । ପିତାଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଭୁବନେଶ୍ୱରରୁ ଟିଟିଲାଗଡ ଅଭିମୁଖେ ବାହାରି ଥିବା ଜଣାପଡିଛି । ଆସନ୍ତା କାଲି ସକାଳେ ହାଟପଦାପଡା ସ୍ଥିତ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବା ସୂଚନା ରହିଛି । ସ୍ୱର୍ଗତ୍ ତ୍ରିପାଠୀଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନ ସମ୍ମୁଖରେ ଲୋକଙ୍କ ସୁଅ ଛୁଟିଛି । ତାଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ସ୍ୱର୍ଗତ୍ ତ୍ରିପାଠୀଙ୍କ ମୃତ୍ୟୁ ଟିଟିଲାଗଡବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ସ୍ୱର୍ଗତଃ ଗୌରୀଶଙ୍କର ତ୍ରିପାଠୀଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଟିଟିଲାଗଡବାସୀ ।

Leave A Reply

Your email address will not be published.